ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁଟାନ ରାଜା, ଡୋକଲାମ୍‌ ବିବାଦ ନେଇ ଆଲୋଚନା

0 124

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ଚିନ୍ତା ମଧ୍ୟରେ ଏହି ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି । ଡୋକଲାମ ବିବାଦକୁ ନେଇ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗଙ୍କ ନିକଟରେ ଦେଇଥିବା କିଛି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । ସେ କହିଥିଲେ ଯେ ଚୀନ ପକ୍ଷରୁ ଭୁଟାନର କୌଣସି ଅଞ୍ଚଳ ଅଧିକାର କରାଯାଇନାହିଁ । ଏହାକୁ ନେଇ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ନେଇ ଭାରତରେ ଚିନ୍ତା ପ୍ରକାଶ ପାଇଥିଲା ।

କିନ୍ତୁ ସୀମା ବିବାଦକୁ ନେଇ ଭୁଟାନ୍‌ ନିଜର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହିଁ ବୋଲି ଥିମ୍ପୁ କହିଛି । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଭୁଟାନର ରାଜାଙ୍କୁ ସ୍ୱାଗତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଭୁଟାନ ରାଜାଙ୍କ ଏହି ଗସ୍ତକୁ ନୂଆଦିଲ୍ଲୀ ଦେଇଥିବା ଗୁରୁତ୍ୱକୁ ଏହା ଦର୍ଶାଉଛି । ଜୟଶଙ୍କର ଭୁଟାନର ରାଜାଙ୍କୁ ସାକ୍ଷାତ କରି କହିଛନ୍ତି ଯେ ଭୁଟାନର ଭବିଷ୍ୟତ ଏବଂ ଭାରତ ସହ ଅନନ୍ୟ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ରାଜାଙ୍କ ଦୃଷ୍ଟିକୋଣ ପ୍ରଶଂସନୀୟ । ଭୁଟାନ ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶ ଏବଂ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି । କିନ୍ତୁ ଚୀନ ଧୀରେ ଧୀରେ ଭୁଟାନର ଅଞ୍ଚଳ ଅଧିକାର କରୁଥିବାରୁ ତାହାକୁ ନେଇ ଚିନ୍ତା ବଢିଯାଇଛି ।

Leave A Reply

Your email address will not be published.