କମ୍‌ ରହିବ ଭାରତର ଅଭିବୃଦ୍ଧି ହାର: ବିଶ୍ୱବ୍ୟାଙ୍କ

0 90

ନୂଆଦିଲ୍ଲୀ : ଚଳିତ ବର୍ଷ କମ୍‌ ରହିବ ଭାରତର ଅଭିବୃଦ୍ଧି ହାର । ଏଭଳି କିଛି ଅନୁମାନ କରିଛି ବିଶ୍ୱ ବ୍ୟାଙ୍କ୍‌ । ସଦ୍ୟ ରିପୋର୍ଟରେ ବିଶ୍ୱ ବ୍ୟାଙ୍କ୍‌ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଧିମା ରହିବ । ବିଶ୍ୱ ବ୍ୟାଙ୍କ୍‌ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୬.୩ ପ୍ରତିଶତ ହାରରେ ବଢ଼ିବ । ଏହା ପୂର୍ବରୁ ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା ।

ନୂଆ ରିପୋର୍ଟ ଅନୁଯାୟୀ, ଆୟରେ ହ୍ରାସ କାରଣରୁ ଲୋକଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ହୋଇପାରେ । ଯାହାର ଏକ ନକାରତ୍ମକ ପ୍ରଭାବ ଜିଡିପି ଉପରେ ପଡ଼ିବ । ଏହା ସହ ରିପୋର୍ଟରେ ଭାରତର ମୁଦ୍ରସ୍ଫୀତି ହାର ୬.୬ରୁ କମି ୫.୨ରେ ହେବା ନେଇ ମଧ୍ୟ କୁହାଯାଇଛି । ସେହିପରି ବିତ୍ତୀୟ ନିଅଣ୍ଟ ୨.୧ ପ୍ରତିଶତ ରହିବା ନେଇ ଅନୁମାନ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଆଇଟି, କନସଲ୍ଟିଂ ଭଳି ସେବା କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଢ଼ାଲ ଭଳି କାମ କରୁଛି । କାରଣ ଅକ୍ଟୋବରରୁ ଡିସେମ୍ୱର ତ୍ରୈମାସିକରେ ସେବା କ୍ଷେତ୍ର ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଥିଲା । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଡିସେମ୍ୱର ୨୦୨୨ରେ ସେବା କ୍ଷେତ୍ରରେ ୨୪.୫ ପ୍ରତିଶତ ବୃଦ୍ଧି ହୋଇଥିଲା । ଗତ ବର୍ଷର ତୃତୀୟ ତ୍ରୈମାସିକରେ ଏହା ୮୩.୪ ନିୟୁତ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା ।

Leave A Reply

Your email address will not be published.