ବାଂଲାଦେଶର ବଡ କପଡା ମାର୍କେଟରେ ଲାଗିଲା ନିଆଁ

0 138

ଢାକା : ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର “ବାଙ୍ଗବାଜାର’ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି । ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ ରହିଛି । କୁହାଯାଉଛି କି ଏବେ ପର୍ଯ୍ୟନ୍ତ ୨ ଡଜନରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ଆର୍ମି ଓ ଏୟାର ଫୋର୍ସ ଲାଗି ରହିଛନ୍ତି । ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ରାଜଧାନି ଢାକାର ପ୍ରସିଦ୍ଧ କପଡା ବଜାରରେ ନିଆଁ ଲାଗିଯାଇଛି । ଦେଖୁ ଦେଖୁ ଏହି ନିଆଁ ତାର ବିକଟାଳ ରୂପ ଧାରଣ କରିଥିଲା । ଏହାର କିଛି ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ଦମକଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଆଁ ଲିଭା କାର୍ଯ୍ୟରେ ୪୭ ଦମକଳ ଲାଗିଛି । ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡି ନାହିଁ ।

Leave A Reply

Your email address will not be published.