ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌ ପୁରସ୍କାର

0 121

ଭୁବନେଶ୍ୱର : ଓଡିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍‌ଏମ୍‌ସିକୁ ଇ-ନାମ୍‌ ପୋର୍ଟାଲରେ ସଫଳତାର ସହ ଅପଲୋଡିଂ କରାଯାଇଛି । ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍‌ଏଏମ୍‌ ବୋର୍ଡ) ଆଗକୁ ବଢୁଛି ।

ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍‌ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି । ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ, ଇ-ନାମ୍‌ ହେଉଛି ଏକ ପାନ୍‌ ଇଣ୍ଡିଆ ଅନଲାଇନ୍‌ ପ୍ଲାଟଫର୍ମ ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି ଏବଂ ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି (କୃଷି ଉତ୍ପାଦନ ବିପ୍ପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ମାଧ୍ୟମରେ ଯୋଡିବା ଲକ୍ଷ୍ୟରେ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡିଶା ସରକାର ଏକ ନୂତନ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବା ବେଳ ସମବାୟ କ୍ଷେତ୍ରରେ ମଧ୍ୟ ଓଡିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.