୧୭ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

0 93

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବ ଗୁଡିକ ସ୍ୱୀକୃତିଲାଭ କରିଛି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ସଂପର୍କରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ୟ ସମସ୍ତ ୧୭ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଯୋଜନାରେ ଯୋଗ୍ୟା ସଦସ୍ୟାମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୁର୍ଣ୍ଣ ସୁଧ ଫେରସ୍ତ ପାଇବେ । ବର୍ତ୍ତମାନ ସିଆରପି-ସିଏମ୍‌, ଏମବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, ବିସିଏ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ୧ଲକ୍ଷ ୨୫ ହଜାର ଗ୍ରାମ ପଞ୍ଚାୟତ/ୱାର୍ଡ ବ୍ଲକ୍‌ ବା ସହର ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଏହି ଯୋଜନାରେ ଉପକୃତ ହେବେ ।

ସେହପରି କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । କର୍କଟ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇବା ଉଦ୍ଦେଶ୍ୟରେ ଓଡିଶା ସାମ୍ମୁହିକ ସେବାର ଅଭିବୃଦ୍ଧି ପାଇଁ କ୍ୟାବିନେଟ୍‌ ୧୦୦୧.୧୪ କୋଟି ଟଙ୍କା ବଜେଟ୍‌ ଅନୁମୋଦନ କରିଛନ୍ତି । ୨ ବର୍ଷ ମଧ୍ୟରେ ୧୧ ଟି ସାମ୍ମୁହିକ କର୍କଟ ଚିକିତ୍ସା ୟୁନିଟ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ, ଭିମସାର ବୁର୍ଲା, ଏସଏଲଏନ୍‌ ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟ, ଏମକେସିଜି, କଳାହାଣ୍ଡି ମେଡିକାଲ କଲେଜ, ବିବି ମେଡିକାଲ କଲେଜ ବଲାଙ୍ଗିର, ପିଆରଏମ୍‌ ବାରିପଦା, ଏଫଏମ୍‌ ମେଡିକାଲ କଲେଜ ବାଲେଶ୍ୱର, କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ତାଳଚେର ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ନିର୍ମାଣ କରାଯିବ ।

Leave A Reply

Your email address will not be published.