ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

Former Police DG Sharat Chandra Mishra passed away

0 88

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପୂର୍ବତନ ପୁଲିସ ଡିଜି ତଥାଖ୍ୟାତନାମା ଲେଖକ ଶରତ ଚନ୍ଦ୍ରମିଶ୍ରଙ୍କର ମଙ୍ଗଳବାର ସକାଳ୭ଟା ୨୪ ମିନିଟ୍ ସମୟରେଭୁବନେଶ୍ୱରରେ ପରଲୋକହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ୮୮ ବର୍ଷ ହୋଇଥିଲା । ଏନେଇତାଙ୍କ ଭାଇ ତଥା ପୂର୍ବତନପୋଲିସ ଡିଜି ବିପିନ ବିହାରୀମିଶ୍ର ଗଣମାଧ୍ୟମକୁ ସୂଚନାଦେଇଛନ୍ତି । ୧୯୫୯ ମସିହାବ୍ୟାଚର ଆଇପିଏସ୍ ଶରତ ଚନ୍ଦ୍ର ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ । ସେରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନିଜରସାହିତ୍ୟକୃତି ପାଇଁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟଲାଭ କରିଥିଲେ । ସେ ଜଣେ ମେଳାପି ଏବଂ ଅମାୟିକ ବ୍ୟକ୍ତି ଥିଲେ । ସେଦୀର୍ଘ ଦିନ ଧରି “ର’ ପାଇଁ କାମ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନମହଲରେ ଶୋକର ଛାୟା ଖେଳିଯାଇଛି । ଶରତ ଚନ୍ଦ୍ର ମିଶ୍ରଙ୍କରମରଶରୀରକୁ ପ୍ରଥମେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲକୁ ନିଆଯିବ । ତାପରେତାଙ୍କର ବିଜେବି ନଗରସ୍ଥିତ ବାସଭବନକୁ ଅଣାଯିବ । ସେଠାରେ ମଧ୍ୟାହ୍ନ୧୨ଟା ଯାଏ ଅନ୍ତିମ ଦର୍ଶନ ଲାଗି ରଖାଯିବ । ଅପରାହ୍ଣରେ ପୁରୀସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.