୧୩୭ ରନ୍ରେ ଇଂଲଣ୍ଡ ବିଜୟୀ

England won by 137 runs

0 78

ଧର୍ମଶାଳା, ୧୦ା୧୦: ବିଶ୍ୱକପରେବିଜୟ ଧାରାକୁ ଫେରିଛି ଡିଫେଣ୍ଡିଂ·ମ୍ପିୟନ ଇଂଲଣ୍ଡ । ପ୍ରଥମ ମ୍ୟାଚରେନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିବା ଇଂଲଣ୍ଡମଙ୍ଗଳବାର ବେଶ ସହଜରେବାଂଲାଦେଶକୁ ହରାଇ ଦେଇଛି ।ଡାୱିଡ ମଲାନଙ୍କ ୧୦୭ ବଲରେ୧୪୦ ରନ ବଳରେ ଇଂଲଣ୍ଡ ପ୍ରଥମେବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ୯ ୱିକେଟ ହରାଇ ୩୬୪ ରନକରିଥିଲା । ଏହାର ଜବାବରେବାଂଲାଦେଶ ଲିଟନ ଦାସଙ୍କ ୬୬ବଲରେ ୭୬ ରନ ସତ୍ତ୍ୱେ କେବଳ୨୨୭ ରନ କରି ଅଲଆଉଟ ହୋଇଯାଇଛି । ଏପରି କି ବାଂଲାଦେଶ ପୂରା୫୦ ଓଭର ମଧ୍ୟ ଖେଳି ପାରି ନାହିଁ ।ପୂରା ଦଳ ୪୮.୨ ଓଭରରେଅଲଆଉଟ ହୋଇଯାଇଛି । ଇଂଲଣ୍ଡ୧୩୭ରେ ମ୍ୟାଚକୁ ଜିତି ଚଳିତବିଶ୍ୱକପରେ ପ୍ରଥମ ବିଜୟ ହାସଲକରିଛି । ମଲାନଙ୍କ ଶତକ ଓ ଜୋରୁଟଙ୍କ ୮୨ ରନ ବଳରେ ଇଂଲଣ୍ଡ୩୬୪ ରନ କରିଥିଲା । ୩୬୫ରନର ଟାର୍ଗେଟକୁ ପିଛା କରୁଥିବାବାଂଲାଦେଶ ୧୪ ରନରେ ତାନଜିଦହାସନ(୧) ଓ ନଜମୁଲ ହୁସେନସାଣ୍ଟୋ(୦)ଙ୍କୁ ହରାଇଥିଲା । ସାକିବଅଲ ହାସନ ମଧ୍ୟ କେବଳ ୧ ରନକରିବାକୁ ସକ୍ଷମ ହୋଇଥିଲେ । ଏହି୩ ବ୍ୟାଟରକୁ ରିସ ଟପଲେ ଆଉଟକରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।ଗୋଟିଏ ପଟେ ୱିକେଟ ଯାଉଥିଲେମଧ୍ୟ ଲିଟନ ଦାସ ଆଟାକିଂ କ୍ରିକେଟଜାରି ରଖିଥିଲେ । ତାଙ୍କୁ କିଛି ସମୟପାଇଁ ମେହିଦୀ ହାସ ମିରାଜ(୮) ସାଥଦେଇଥିଲେ । କିନ୍ତୁ ଦଳୀୟ ସ୍କୋର ୪୯ଥିବା ବେଳେ ସେ ଲିଟନଙ୍କ ହାତ ଛାଡ଼ିଦେଇଥିଲେ । ଏହାପରେ ବ୍ୟାଟିଂକରିବାକୁ ଆସିଥିଲେ ଅଭିଜ୍ଞ ମୁସଫିକରରହିମ । ସେ ଲିଟନଙ୍କ ସହ ମିଶି ୫ମୱିକେଟ ପାଇଁ ୭୦ ରନ ଯୋଡ଼ି ଥିଲେ ।ଲିଟନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲକରିଥିଲେ । ତେବେ ସେ ୬୬ ବଲରେ୭୬ ରନ କରିଥିବା ବେଳେ ତାଙ୍କୁ କ୍ରିସୱକ୍ସ ଆଉଟ କରି ଦେଇଥିଲେ । ରହିମଓ ତୋହିଦ ହ୍ରିଦୟ ୬ଷ୍ଠ ୱିକେଟ ପାଇଁଆଉ ୪୩ ରନ ଯୋଡ଼ିଥିଲେ । ରହିମମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।୫୧ ରନ କରି ରହିମ କ୍ରିଜରେ ତିଷ୍ଠିସାରିଥିଲେ ହେଁ ତାଙ୍କୁ ଟପଲେ ନିଜରଦ୍ୱିତୀୟ ସ୍ପେଲରେ ଅଉଟ କରିବାଂଲାଦେଶକୁ ୬ଷ୍ଠ ଝଟକାଦେଇଥିଲେ । ହ୍ରିଦୟ(୩୯) ଆଉଟହେବା ପରେ ବାଂଲାଦେଶର ପରାଜୟଏକ ପ୍ରକାରର ନିଶ୍ଚିତ ହୋଇଯାଇଥିଲା । ଶେଷ ଭାଗରେ ମେହେଦିହାସନ ୧୪, ତସ୍କିନ ଅହମଦ ୧୫,ଶୋରିଫୁଲ ଇସଲାମ ୧୨ ଓମୁସ୍ତାଫିଜୁର ରହମାନ ୩ ରନକରିଥିଲେ ହେଁ ଏହା ବିଜୟ ପାଇଁଆଦୌ ଯଥେଷ୍ଟ ନଥିଲା । ତସ୍କିନଙ୍କୁଶେଷରେ ସାମ କରାନ ବୋଲ୍ଡ କରିବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦଟାଣିଥିଲେ । ଇଂଲଣ୍ଡ ପକ୍ଷରୁ ଟପଲେସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ୱକ୍ସ ୨ଟି, କରାନ, ମାର୍କ ଉଡ,ଆଦିଲ ରଶିଦ ଓ ଲିଆମଲିଭଙ୍ଗଷ୍ଟୋନ ଗୋଟିଏ ଲେଖାଏସଫଳତା ପାଇଛନ୍ତି ।

Leave A Reply

Your email address will not be published.