ନାରଙ୍ଗୀ ଜର୍ସି ପିନ୍ଧିବନି ଭାରତ

ମୁମ୍ବାଇ, ୯ା୧୦: ଅହମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତମାସ ୧୪ ତାରିଖରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନମ୍ୟାଚରେ ଭାରତୀୟ ଖେଳାଳି ନାରଙ୍ଗୀ ଜର୍ସି ପିନ୍ଧିବେ, ଏଭଳି ଏକ ଚର୍ଚ୍ଚା ଢେରକିଛି ଦିନ ହେବ ·ଲିଆସୁଥିଲା

0 57

ମୁମ୍ବାଇ, ୯ା୧୦: ଅହମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତମାସ ୧୪ ତାରିଖରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନମ୍ୟାଚରେ ଭାରତୀୟ ଖେଳାଳି ନାରଙ୍ଗୀ ଜର୍ସି ପିନ୍ଧିବେ, ଏଭଳି ଏକ ଚର୍ଚ୍ଚା ଢେରକିଛି ଦିନ ହେବ ·ଲିଆସୁଥିଲା । ତେବେ ଏହା ସତ ନୁହେଁ, ଗୁଜବ ବୋଲିବିସିସିଆଇ କୋଷାଧ୍ୟକ୍ଷ ଆଶିଷ ଶେଲାର ରବିବାର ସ୍ପଷ୍ଟ କରି ଦେଇଛନ୍ତି । ଏହିଖବରକୁ ସଂପୂର୍ଣ୍ଣ ଖାରଜ କରି ଶ୍ରୀ ଶେଲାର କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳଚଳିତ କ୍ରିକେଟ୍ ବିଶ୍ୱକପରେ ନୀଳ ରଙ୍ଗର ପୋଷାକ ହିଁ ପିନ୍ଧିବ । ଏଥିରେ କୌଣସିପରିବର୍ତ୍ତନ ହେବନି । ତେବେ ଭାରତୀୟ କ୍ରିକେଟ୍ ଦଳ ଅଭ୍ୟାସ ଅଧିବେଶନଗୁଡ଼ିକରେ ନାରଙ୍ଗୀ ରଙ୍ଗର ଜର୍ସି ପିନ୍ଧିବା ପରଠାରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲାବୋଲି ଜଣେ କ୍ରିକେଟ୍ ବିଶେଷଜ୍ଞ ନିଜ ନାମ ଗୋପନ ରଖି କହିଛନ୍ତି । ରବିବାରରଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଭାରତୀୟ ଦଳ ନୀଳ ରଙ୍ଗର ଜର୍ସିରେ ଓହ୍ଲାଇଥିଲା ।ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.