ନୂଆଦିଲ୍ଲୀ : ସରକାରୀ ସମର୍ଥନଏବଂ ଉପଯୁକ୍ତ ରଣନୀତି ତଥାମାର୍କେଟିଂ କୌଶଳ ଆଧାରରେଭାରତ ତିନି ବର୍ଷ ମଧ୍ୟରେଆମେରିକା ସମେତ ୧୦ ଟିଦେଶକୁ ୧୧୨ ବିଲିୟନ ଡ଼ଲାରରରପ୍ତାନି କରିବ ଗୁଡିକରେ ଭାରତୀୟ ମିଶନ ଗୁଡିକବଜାର ପ୍ରବେଶ ସମସ୍ୟା ଚିହ୍ନଟକରିବା ଉଚିତ ଯାହା ଦ୍ୱାରାଘରୋଇ ଦ୍ରବ୍ୟର ରପ୍ତାନିକୁପ୍ରୋତ୍ସାହିତ କରାଯିବ ବୋଲିଭାରତୀୟ ରପ୍ତାନି ସଂଗଠନ ଏକଅଧ୍ୟୟନରେ କହିଛି । ଅଣ-ଶୁଳ୍କପ୍ରତିବନ୍ଧକ ରପ୍ତାନି ଉପରେ ପ୍ରଭାବପକାଇଥାଏ ଏବଂ ଏହି ସମସ୍ୟାରସମାଧାନ ହେବା ଆବଶ୍ୟକ । ଏହିମିଶନ ଗୁଡିକ ଶିଳ୍ପକୁ ପ୍ରମୁଖଆମଦାନୀକାରୀଙ୍କ ସହିତ ବୈଠକଆୟୋଜନ କରିବାରେ ସାହାଯ୍ୟକରିବ । ଏହି ଦେଶରେ ଘରୋଇଉତ୍ପାଦନ କ୍ଷମତାର ଶକ୍ତି ପ୍ରଦର୍ଶନକରିବାକୁ ସକ୍ରିୟ ପ୍ରିଣ୍ଟ ଏବଂଇଲେକ୍ଟ୍ରୋନିକ ମିଡିଆ ଅଭିଯାନକୁବିବେଚନା କରାଯିବ । ବିଭିନ୍ନଉତ୍ପାଦଗୁଡିକ ମଧ୍ୟରେ ଆମେରିକାକୁ୩.୭ ବିଲିୟନ ଡଲାରର ହୀରା,୨.୨ ବିଲିୟନ ଡଲାର ମୂଲ୍ୟରଯାନ, ୧.୪ ବିଲିୟନ ଡଲାରରଅଳଙ୍କାର, ୧.୩ ବିଲିୟନ ଡଲାରମୂଲ୍ୟର ଟେଲିଫୋନ ସେଟ ଇତ୍ୟାଦିରପ୍ତାନି କରାଯିବ । ସେହିପରିଚାଇନାକୁ ଯାନ, ଅଳଙ୍କାର, ଚିଙ୍ଗୁଡ଼ି,ଲଙ୍କା, ମାନବ କେଶ ଏବଂ ଗ୍ରାନାଇଟଇତ୍ୟାଦ ରପ୍ତାନି କରାଯିବ । ୧୧୨ବିଲିୟନ ଡଲାରର ରପ୍ତାନିସମ୍ଭାବନାରେ ଆମେରିକା, ଚାଇନାଏବଂ ଭିଏତନାମ ସର୍ବାଧିକଅଂଶୀଦାର ହୋଇପାରନ୍ତି । ଭାରତଆମେରିକାକୁ ୩୧ ବିଲିୟନ ଡଲାରଏବଂ ଚାଇନାକୁ ୨୨ ବିଲିୟନଡଲାରର ରପ୍ତାନି କରିବ । ୟୁଏଇକୁ୧୧ ବିଲିୟନ ଡଲାର,ଭିଏତନାମକୁ ୯.୩ ବିଲିୟନଡଲାର, ହଂକଂକୁ ୮.୫ ବିଲିୟନଡଲାର ଏବଂ ଜର୍ମାନୀକୁ ୭.୪ବିଲିୟନ ଡଲାରର ରପ୍ତାନିକରାଯିବ । ସେହିପରିଇଣ୍ଡୋନେସିଆକୁ ୬ ବିଲିୟନଡଲାର, ମାଲେସିଆକୁ ୫.୮ବିଲିୟନ ଡ଼ଲାର, ବ୍ରିଟେନକୁ ୫.୪ବିଲିୟନ ଡଲାର ଏବଂବାଂଲାଦେଶକୁ ୫ ବିଲିୟନ ଡଲାରମୂଲ୍ୟର ଉତ୍ପାଦ ରପ୍ତାନି ହେବ ।