କେଶ ଦାନ କଲେ ଅଭିନେତ୍ରୀ ହେଜଲ

0 93

ମୁମ୍ବାଇ, ୧୪ା୧୦: ଫିଲ୍ମବଡିଗାର୍ଡରେ କରୀନା କପୁରଙ୍କ ବନ୍ଧୁଭୂମିକାରେ ନଜର ଆସିଥିଲେହାଜେଲ କିଚ୍ । ସେ ବର୍ତ୍ତମାନ ଏକଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି ।ହାଜେଲ କ୍ରିକେଟର ଯୁବରାଜ ସିଂଙ୍କପତ୍ନୀ । ଚଳିତ ବର୍ଷ ଅଗଷ୍ଟରେ ସେଦ୍ୱିତୀୟ ଥର ପାଇଁ ମା ହୋଇଥିଲେ ।ସେ ଆରୁ ନାମକ ଏକ ଝିଅକୁ ଜନ୍ମଦେଇଥିଲେ । ହାଜେଲ ନିକଟରେଏପରି କିଛି କରିଛନ୍ତି । ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି । ହାଜେଲଇନଷ୍ଟାଗ୍ରାମରେ ତାଙ୍କର ନୂଆହେୟାର ଷ୍ଟାଇଲର ଫଟୋ ସେୟାରକରିଛନ୍ତି । କିଛି ଫଟୋ ସେୟାରକରିବାବେଳେ ସେ ପ୍ରକାଶ କରିଛନ୍ତିଯେ ଅତ୍ୟଧିକ କେଶ ଝଡ଼ିବାକାରଣରୁ ସେ କାଟିଛନ୍ତି । ଏହା ସହିତଅଭିନେତ୍ରୀ ଏକ ନୋଟରେ କହିଛନ୍ତି,”ମୁଁ ସବୁବେଳେ ଦେଖିଛି ଯେ ନୂଆମାଆମାନେ କେଶ କାଟନ୍ତି । ପ୍ରସବପରେ କେଶ ଝଡିବା ବିଷୟରେ ମୁଁଜାଣିଲି । “ଯେତେବେଳେ ମୁଁ ପୁନର୍ବାର କେଶ କାଟିଲି, ମୁଁ ସ୍ଥିର କଲିଯେ କର୍କଟ ରୋଗରେ ପୀଡିତଲୋକମାନଙ୍କ ପାଇଁ ୱିଗ୍ ତିଆରି କରିବା ନେଇ ମୁମୋର କେଶ ଦାନକରିବି । ଏହି ରୋଗ ପାଇଁକେମୋଥେରାପି ସମୟରେ ତାଙ୍କରସମସ୍ତ କେଶ, ଆଖିପତା ଚୁଟି ଝଡିପଡେ । ଏହା ମୋ ସ୍ୱାମୀ ମୋତେକହିଥିଲେ । ଏହା ବ୍ୟତୀତ ସେକହିଛନ୍ତି, “ମୁଁ ବର୍ତ୍ତମାନ ବ୍ରିଟେନରେଅଛି ଏବଂ ଦି ଲିଟିଲ ପ୍ରିନ୍ସେସ୍ଟ୍ରଷ୍ଟକୁ ମୋର କେଶ ଦାନ କରିଛି ।ମୁଁ ଏହି ଦାନକୁ ତୁମ ସହିତ ବାଣ୍ଟିବାକୁ·ହୁଁଥିଲି । କାରଣ ଯେତେବେଳେ ମୁଁପ୍ରଥମେ କେଶ କାଟିଲି ସେତେବେଳେଏହା ବିଷୟରେ ଜାଣି ନ ଥିଲି ।କଳ୍ପନା କର ଯେ ସେଲୁନରେ ଆମେସୁନ୍ଦର ଦେଖାଯିବା ପାଇଁ ଲମ୍ବା, କେଶକାଟିଥାଉ । ହେଲେ ପ୍ରକୃତରେ କାହାରଜୀବନକୁ ଟିକିଏ ଉନ୍ନତ କରିବା ପାଇଁଯଦି ଏହି ଉପାୟ ଅନୁସରଣ କରିବାକେତେ ଭଲ ହେବ ।

Leave A Reply

Your email address will not be published.