ଧନୁଷ-ଐଶ୍ୱର୍ଯ୍ୟା ଅଲଗା ରହୁଥିଲେ ବି ଛାଡ଼ପତ୍ର ନେଇନାହାନ୍ତ

0 92

ନୂଆଦିଲ୍ଲୀ, ୧୪ା୧୦: ତାମିଲ୍ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟାରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦଘଟିଛି । ଦୀର୍ଘ ୧୮ ବର୍ଷ ବେବାହିକଜୀବନ ବିତାଇବା ପରେ ଉଭୟପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତିନେଇଥିଲେ । ତେବେ ଅଲଗା ରହୁଥିଲେବି ଉଭୟ ଏପର୍ଯ୍ୟନ୍ତ ଛାଡ଼ପତ୍ର ନେଇନାହାନ୍ତି । କୁହାଯାଉଥିଲା ଯେ, ଦୁହେଁଏବେ ନିଜ ନିଜର କାମକୁ ନେଇ ବ୍ୟସ୍ତଥିବା ସହ ଛାଡ଼ପତ୍ର ଆବେଦନ ପାଇଁଦୁହିଁଙ୍କ ପାଖରେ ସମୟ ନାହିଁ । ହେଲେଏବେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନନକରିବା ପଛର କାରଣ ସାମ୍ନାକୁଆସିଛି । ଚର୍ଚ୍ଚା ହେଉଛି ଯେ,ଯେତେବେଳେ ଦୁହିଁଙ୍କ ମଧ୍ୟରୁ କେହିଜଣେ ବିବାହ କରିବାକୁ ସ୍ଥିର କରିବେସେତେବେଳେ ସେମାନେ ଛାଡ଼ପତ୍ରପାଇଁ ଆବେଦନ କରିବେ । ଏବେ ଦୁହେଁଅଲଗା ରହୁଥିଲେ ବି ନିଜ ପିଲମାନଙ୍କପାଇଁ ସମୟ ବାହାର କରି ଦୁହେଁ ସାଙ୍ଗହୋଇ ସମୟ କଟାଉଥିବାଦେଖାଯାଇଛି । ପୂର୍ବରୁ ବିବାହବିଚ୍ଛେଦର କାରଣ ସାମ୍ନାକୁ ଆସିଥିଲା ।ଦୁହିଁଙ୍କର ଜଣେ ଭଲ ବନ୍ଧୁ କହିଥିଲେଯେ, ଧନୁଷ ସର୍ବପ୍ରଥମେ ନିଜ କାମକୁରଖନ୍ତି । ସେ କାମ କରିବାକୁ କେତେଭଲପାଆନ୍ତି ତାହା ତାଙ୍କ ସହ ଜଡ଼ିତଲୋକ ଭଲ ଭାବରେ ଜାଣିଛନ୍ତି ।ସବୁଠାରୁ ବଡ଼ କଥା ହେଲା ଧନୁଷକାହା ସହ ନିଜ ମନ କଥା ସେୟାରକରନ୍ତି ନାହିଁ । ନିଜ ପରିବାର କିମ୍ବାନିଜର ଭଲ ବନ୍ଧୁ ସହ ମଧ୍ୟ ନୁହେଁ ।କେତେବେଳେ ସେ କ’ଣ ଭାବୁଛନ୍ତିବା ତାଙ୍କ ମନରେ କ’ଣ ·ଲିଛି, ତାହାକେହି କହିପାରିବେ ନାହିଁ ।ଯେତେବେଳେ ବି ପତ୍ନୀ ଐଶ୍ୱର୍ଯ୍ୟାଙ୍କସହ ତାଙ୍କର ଝଗଡ଼ା ହୁଏ ସେଆଲୋଚନା ନକରି ନୂଆ ଫିଲ୍ମ ହାତକୁନିଅନ୍ତି । ଝଗଡ଼ା ବଢିବା ଡରରେ ସେସବୁବେଳେ ନିଜକୁ କାମରେ ବ୍ୟସ୍ତରଖନ୍ତି । ହେଲେ ଦୁହିଁଙ୍କ ମଧ୍ୟରେଅସନ୍ତୋଷ ବଢିବାରୁ ଶେଷରେ ଦୁହେଁଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ହେଲେ ଆଗକୁ ଦୁହେଁ ସାଥୀରେ ନିଜରଦୁଇ ପୁଅ ଯାତ୍ରା ଏବଂ ଲିଙ୍ଗାଙ୍କଲାଳନପାଳନ କରିବେ ।

Leave A Reply

Your email address will not be published.