ଧାନ ଗଛରେ ରୋଗପୋକ: ଚିନ୍ତାରେ ଚାଷୀ

0 89

ଭଦ୍ରକ, ୧୬ା୧୦ – ଏହି ଜିଲାରଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗପକ୍ଷରୁ ସୋମବାର ଚଳିତ ରୋଗପୋକକ୍ଷତିଗ୍ରସ୍ତ ଖରିଫ ଧାନକ୍ଷେତ୍ର ଅନୁଧ୍ୟାନକରାଯାଇଛି । ବ୍ଲକ ଅଞ୍ଚଳରେ ଖରିଫଧାନକ୍ଷେତରେ ରୋଗ ଓ ପୋକ ଉପଦ୍ରବ
ବୃଦ୍ଧି ପାଇଥିବା ସୂଚନା ମିଳିଥିଲା । ଜିଲ୍ଲାକୃଷି ଅଧିକାରୀ ଶ୍ରୀଧର ଦାସରୋଗପୋକ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନକରି ଦୈନିକ ରିପୋର୍ଟ ପ୍ରଦାନ କରିବାକୁନିଦେ୍ର୍ଦଶ ଦେବାପରେ କୃଷି ବିଭାଗପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଥିଲା ।
ବ୍ଲକ କୃଷି ଅଧିକାରିଣୀ ସୁଦିପ୍ତା ପଣ୍ଡାଙ୍କନେତୃତ୍ୱରେ ଅତିରିକ୍ତ ବ୍ଲକ କୃଷିଅଧିକାରିଣୀ ସୁମିତ୍ରା ମହାନ୍ତି, ସଞ୍ଜିବମଲ୍ଲିକ, କୃଷି ଅଧିଦର୍ଶକ ଅଭିମନୁ୍ୟପରିଡା, ସ୍ମୃତିରଞ୍ଜନ ରାୁତଙ୍କ ସମେତସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀମାନେ
ଷୋଳମପୁର ପଞ୍ଚାୟତର ବିରୋଳି,ରହଣିଆ ପଞ୍ଚାୟତର ପୁରସ୍ତମପୁର,ସରସଦା, ଦକ୍ଷିଣବାଡ ପଞ୍ଚାୟତରଫତେପୁର, ରାମଚନ୍ଦ୍ରପୁର ପଞ୍ଚାୟତରଲକ୍ଷ୍ମୀସାଗର, ତେସିଙ୍ଗା ପଞ୍ଚାୟତରବିଶୋଳ-ଶାସନ, ନପଙ୍ଗ, ଜଳମଣ୍ଡୁଆ
ପଞ୍ଚାୟତର ପଦିନାରାୟଣପୁର ଆଦିଗ୍ରାମରେ ଖରିଫଧାନରପତ୍ରମୋଡାରୋଗ, ମାଟିଆଗୁଣ୍ଡି,କାଣ୍ଡବିନ୍ଧା, ମହିସାରୋଗ କ୍ଷତିଗ୍ରସ୍ତଅବସ୍ଥା ଅନୁଧ୍ୟାନ କରିଥିଲେ । ବିଭିନ୍ନରୋଗ ଓ ପୋକର ନିୟନ୍ତ୍ରଣ ପାଇଉପଯୁକ୍ତ ଔଷଧ ସଠିକ ମାତ୍ରାରେବ୍ୟବହାର ସମ୍ପର୍କରେ ପରାମର୍ଶ ଦେବାସହ ଉପଯୁକ୍ତ ପରାମର୍ଶ ପାଇଁ ବ୍ଲକ କୃଷିବିଭାଗ ସହ ନିରନ୍ତର ଯୋଗସୂତ୍ର ରକ୍ଷାକରିବାକୁ କୃଷି ପ୍ରତିନିଧିମଣ୍ଡଳୀଚାଷୀମାନଙ୍କୁ ଅନୁରୋଧ କରିଥିଲେ ।ବିଭିନ୍ନ ଚାଷ ପାଇଁ ସରକାରୀ ଯୋଜନାଓ ସହାୟତା ସମ୍ପର୍କରେ ଚାଷୀମାନଙ୍କୁସୂଚନା ପ୍ରଦାନ କରାଯାଇଥିଲା । ଏହାସହପ୍ରଧାନମନ୍ତ୍ରୀ କିଶାନ ଇ-କେ.ୱାଇ.ସି.ପୂରଣ ପରି ସହାୟତା ହାସଲ କରିବାକୁମଧ୍ୟ ଚାଷୀମାନଙ୍କୁ ପ୍ରବର୍ତ୍ତାଯାଇଥିଲା ।
ଏହି କ୍ଷେତ୍ରୀୟ ଅନୁଧ୍ୟାନ ଖରିଫ ଧାନଅମଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କୃଷିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.