ହକିକୁ ଲୋକପ୍ରିୟ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ୟମ

0 98

ଝାରସୁଗୁଡ଼ା,୧୮ା୧୦ (ଡିକେ ନୁ୍ୟଜ୍):ଅପରାହ୍ନରେ ଝାରସୁଗୁଡା ଜିଲ୍ଳା ଡିଏମଏଫସମ୍ମିଳନୀ ଗୃହରେ ଜିଲ୍ଳାପାଳ ଆବେଲି ସୁନିଲନରୱଣେ ତଥା ହକି ଆସୋସିଏସନରସଭାପତି ଙ୍କ ଅଧ୍ୟକ୍ଷତା ରେ ଝାରସୁଗୁଡା ଜିଲ୍ଳାହକି ଆସୋସିଏସନର ସାଧାରଣ ବୈଠକଅନୁଷ୍ଠିତ ହୋଇଯାଇଛି । ଓଡିଶାରେଝାରସୁଗୁଡା ଜିଲ୍ଳା ବାଳକ, ବାଳିକା ହକି ଦଳଏକ ବିଶେଷ ପରିଚୟ ସୃଷ୍ଟି କରଛି । ଜିଲ୍ଳାରେକିପରି ତୁରନ୍ତ ହକି ପଡିଆର କାର୍ଯ୍ୟ ଶେଷହେବ ସେଥିପାଇଁ ଜିଲ୍ଳାପାଳ ଗୁରୁତ୍ୱ ପ୍ରଦାନକରି ଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଜାତୀୟହକି ଖେଳକୁ ଗୁରୁତ୍ୱ ଦେଉ ଥିବା ବେଳେଝାରସୁଗୁଡା ଜିଲ୍ଳାପାଳ ଜିଲ୍ଳାରେ ଥିବା ସ୍କୁଲଗୁଡିକରେ ହକି ଖେଳକୁ ଲୋକ ପ୍ରିୟ କରିବାପାଇଁ ଗୁରୁତ୍ୱ ଦେଉଛନ୍ତି । ସ୍କୁଲ ରେପିଲାମାନଙ୍କୁ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟିକରିବା ପାଇଁ ଜିଲ୍ଳା କ୍ରୀଡା ଅଧିକାରୀ ସୁଶିଳକୁମାର ମିଶ୍ରଙ୍କୁ ନିଦେ୍ର୍ଦଶ ଦେଇ ଥିଲେ । ଏହିବୈଠକରେ ଝାରସୁଗୁଡା ହକି ଆସୋସିଏସନରସଂପାଦକ ତଥା ଅତିରିକ୍ତ -ଜିଲ୍ଳାପାଳଲଙ୍ଗେଶ୍ୱର ଅମାତ ଜିଲ୍ଳାରେ ଥିବା ସରକାରୀଓ ବେସରକାରୀ ସ୍କୁଲମାନଙ୍କରେ ବାଳକ ଓବାଳିକାମାନେ କିପରି ହକି ଖେଳ ରେ ଶିକ୍ଷାଲାଭ କରିବେ ସେଥିପାଇଁ ଏକ ଯୋଜନାଉପରେ ଆଲୋଚନା କରିଥିଲେ । ଝାରସୁଗୁଡାହକି ଆସୋସିଏସନର ସଭ୍ୟ ତଥା ଓଡିଶା ହକିଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି ଚଳିତ ୨୦୨୩-୨୦୨୪ ବର୍ଷରଖେଳସୂଚି ଉପସ୍ଥାପନ କରିଥିଲେ । ଜିଲ୍ଳାପାଳ ଏକମାସ ମଧ୍ୟରେ ହକି ପଡିଆ ଓ ଅଫିସ କାର୍ଯ୍ୟଶେଷ ହେବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ ।ଏହି ବୈଠକରେ ଝାରସୁଗୁଡା ବିଜୟ ବେହେରା,ପ୍ରଜ୍ଜଳ ପଟେଲ, ଗଣେଷ ନାୟକ, ମାନସଆଚାର୍ଯ୍ୟ ମଞ୍ଜୁ ଲାକ୍ରା, ଅଶ୍ୱନୀ ପାଣ୍ଡେ, ତବନକୁମାର ବାରିକ, ଅଭିଶେକ ଲାଟ ପ୍ରଭୃତି ଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ ।ଶେଷରେ ଜିଲ୍ଳା କ୍ରୀଡା ଅଧିକାରୀ ସୁଶିଳ କୁମାରମିଶ୍ର ଧନ୍ୟବାଦ ପ୍ରଦାନ କରି ଥିଲେ ।

Leave A Reply

Your email address will not be published.