ଦଶହରା : ସୁରକ୍ଷା ବଳୟରେ ରାଜଧାନୀ

0 92

ଭୁବନେଶ୍ୱର,୧୯ା୧୦(ଡିକେ ନୁ୍ୟଜ): ଦଶହରା ପାଇଁ ରାଜଧାନୀରେକଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ରାଜଧାନୀର ୧୮୮ ଟିସ୍ଥାନରେ ହେବ ଦୁର୍ଗାପୂଜା । ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନଫୋର୍ସ । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡିକରାଯିବ । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ । ୩ ଟିକ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ବଟି ଓ ·ନ୍ଦାମାଗିଲେ ଜାରି ହୋଇଥିବା ଟୋଲଫ୍ରି ନମ୍ବରରେ କମ୍ପ୍ଲେନ କରିପାରିବେଲୋକେ । ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟଇନ୍ସିପେକ୍ସନ ସରିବା ସହ ୬ଟି ଯାଗାରେ କମିଶନରେଟ ପୋଲିସରକଣ୍ଟ୍ରୋଲ ରୁମ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ସହରରେ ୧୨ ଜଣଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସିପେକ୍ଟରନିୟୋଜିତ ହୋଇଥିବା ବେଳେ୧୫୧ ଜଣ ଏଏସଆଇ, ୧୧୯ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭିନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ସହରବାସଙ୍କୁଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.