୪ ଦିନର ନବଜାତକ ବଞ୍ଚାଇଲା ୬ ଜୀବନ

0 82

ନୂଆଦିଲ୍ଲୀ,୧୯ା୧୦: ଦୁନିଆକୁ ଆସୁଆସୁ ପିଲାଟି ବେହୋସ ହୋଇଗଲା ।ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇବାସମ୍ଭବ ହେଲାନି । ଫଳରେ ବାପାମା’ଙ୍କସବୁ ଆଶା ପାଣି ଫୋଟକା ପରିମିଳାଇଗଲା । ମାତ୍ର ନିଜର ୪ ଦିନରଜୀବନକାଳ ମଧ୍ୟରେ ୬ଟି ଅମୂଲ୍ୟଜୀବନକୁ ବଞ୍ଚାଇ ଦେଇଗଲା ନବଜାତ ।ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣାଗୁଜରାଟର ରାଜଧାନୀ ସୁରତରେଘଟିଛି । ମାତ୍ର ୪ ଦିନର ଶିଶୁଟିରଅଙ୍ଗଦାନ କରିଥିବା ପରିବାର ପାଖକୁ·ରିଆଡ଼ୁ ଛୁଟୁଛି ସମବେଦନାର ସୁଅ ।ସୁରତର ସର ଥାନାରେ ଅଞ୍ଚଳରେ ରହୁଥିବାହର୍ଷଙ୍କ ପତ୍ନୀ ଚେତନା ଅକ୍ଟୋବର ୧୩ରେଏକ ସନ୍ତାନ ଜନ୍ମ ଦେଇଥିଲେ । ଶିଶୁଟି ଜନ୍ମହେବା ପରେ ପରେ ବେହୋସ ହୋଇପଡ଼ିଥିଲା । ଆଇସିୟୁରେ ରଖାଯିବା ପରେମଧ୍ୟ ଶିଶୁଟିକୁ ବଞ୍ଚାଯାଇ ପାରିନଥିଲା ।ବୁଧବାର ଡାକ୍ତର ପିଲାଟିକୁ ବ୍ରେନ ଡେଡ୍ଘୋଷଣା କରିବା ପରେ ପରିବାର ସଦସ୍ୟଦୁଃଖରେ ଭାଙ୍ଗି ପଡ଼ିଥିଲେ । ମାତ୍ର ଏହାମଧ୍ୟରେ ବି ସେମାନେ ନିଜ ମନୋବଳକୁସୁଦୃଢ କରି ପିଲାଟିର ଅଙ୍ଗ ଦାନ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଭଗବାନ ନିଜକୋଳରୁ ପିଲାଟିକୁ ଛଡ଼ାଇ ନେଇଥିବାବେଳେ ଆଉ କାହାକୁ ଏ କଷ୍ଟ ନ ମିଳୁବୋଲି ସେମାନେ ·ହିଁଥିଲେ ।ଏଥିନିମନ୍ତେ ଆଇନଗତ ପ୍ରକ୍ରିୟା ଶେଷହେବା ପରେ ଶିଶୁର କିଡନୀ, ଲିଭରସହ ଆଉ କିଛି ଅଙ୍ଗକୁ ଦାନକରାଯାଇଛି । ସବୁଠାରୁ ବଡ କଥା ଏହିଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆଜୀବନ ମିଳିପାରିଛି । ସମଗ୍ର ଦେଶରେସୁରତରେ ସବୁଠୁ ଅଧିକ ଅଙ୍ଗ ଦାନକରାଯାଉଛି । ଏପରି କ୍ଷେତ୍ରରେ ଏକ ୪ଦିନର ଶିଶୁର ଅଙ୍ଗଦାନ କରାଯିବାଘଟଣାରେ ବି ସୁରତ ଦେଶରେ ପ୍ରଥମସହର ଭାବେ ପରିଗଣିତ ହୋଇଛି ।

Leave A Reply

Your email address will not be published.