ଦର୍ଶକଙ୍କ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ପାକ୍ ଖେଳାଳି

0 72

ମୁମ୍ବାଇ, ୧୯ା୧୦: ଭାରତରେ·ଲିଥିବା ବିଶ୍ୱକପ ମଧ୍ୟରେ ପାକିସ୍ତାନକ୍ରିକେଟ୍ ବୋର୍ଡ (ପିସିବି) ଆଇସିସିକୁଅଭିଯୋଗ କରିଛି । ଅହମ୍ମଦାବାଦରେଖେଳାଯାଇଥିବା ଭାରତ-ପାକିସ୍ତାନ
ମ୍ୟାଚ୍ ସମୟରେ ପାକିସ୍ତାନୀ ଖେଳାଳିଙ୍କୁକରାଯାଇଥିବା ବ୍ୟବହାର ଉପରେପିସିବି ଅଭିଯୋଗ କରିଛି । ବୋର୍ଡ କହିଛିଯେ ତାଙ୍କ ଖେଳାଳୀଙ୍କ ସହଅହମ୍ମଦାବାଦରେ ଦର୍ଶକଙ୍କମାନେସଠିକ୍ ବ୍ୟବହାର କରାଯାଇ ନଥିଲା ।ହେଲେ ପାକିସ୍ତାନର ଖେଳାଳିମାନେଏଥିରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । କିନ୍ତୁ ବର୍ତ୍ତମାନ ଭାରତରେସେମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁନେଇ ମୁହଁ ଖୋଲିଛନ୍ତି । ଷ୍ଟାର୍ ସ୍ପୋର୍ଟସ୍ବୁଧବାର ରାତିରେ ଏକ ଭିଡିଓ ସେୟାରକରିଛି । ଯେଉଁଥିରେ ଅଧିନାୟକ ବାବରଆଜାମ, ଶାଦାବ ଖାନ, ଇମାମ ଉଲହକ ଏବଂ ଶାହିନ ଆଫ୍ରିଦିଙ୍କ ଭଳିଖେଳାଳିଙ୍କୁ ଦେଖିବାକୁ ମିଳିଛି । ଏହିଭିଡିଓ ବାବର ଆଜମଙ୍କ ଠାରୁ ଆରମ୍ଭହୋଇଛି । ଯେଉଁଥିରେ ସେ କହିଛନ୍ତି ଯେପ୍ରାୟ ସମସ୍ତ ଖେଳାଳି ପ୍ରଥମଥର ପାଇଁଭାରତ ଆସିଛନ୍ତି । ଏହା ପରେ ଶାଦବଖାନ କହିଛନ୍ତି ଯେ ଏଠାକୁ ଆସିବା ପରେଏକ ଭିନ୍ନ ଉତ୍ସାହ ଭରି ରହିଛି ।ଏପର୍ଯ୍ୟନ୍ତ ଏଠାରେ ବହୁତ ଭଲ ଆତିଥ୍ୟକରାଯାଉଛି । ଭାରତରେ ଥିବା ଉତ୍ସାହ
ଏକ ଭିନ୍ନସ୍ତରରର ଦେଖିବାକୁ ମିଳୁଛି ।ଏହା ପରେ ବାବର କୁହନ୍ତି, ସବୁଟାରୁବଡ କଥା ହେଉଛି ଆମେ ଆମରଖେଳ ଉପଭୋଗ କରୁ କାରଣ ଏହିସୁଯୋଗ ଗୁଡ଼ିକ ବାରମ୍ବାର ଆସେନାହିଁ । ପ୍ରତ୍ୟେକ ଷ୍ଟାଡିୟମରେ ଭିନ୍ନଅନୁଭୂତି ରହିଛି । ଯେଉଁଠାରେ ବିମ୍ୟାଚ ଚାଲୁଛି ଆମେ ବି ଏନଜୟକରିବାକୁ ଚେଷ୍ଟା କରିବୁ । ଶାହିନ୍କହିଛନ୍ତି ଯେ ଆମ ଦେଶ ବି ଆଶାକରୁଛି ଆମେ ଭଲ କ୍ରିକେଟ୍ ଖେଳୁ ।

Leave A Reply

Your email address will not be published.