ଭାରତକୁ ସତର୍କ କଲା ଆମେରିକା ଏଲ୍ଏସିରେ ସୈନ୍ୟ ମୁତୟନ ବଢ଼ାଉଛି ଚୀନ

0 62

ନୂଆଦିଲ୍ଲୀ,୨୧ା୧୦(ଡିକେ ନୁ୍ୟଜ):ଭାରତର ଚିନ୍ତା ବଢାଇଛି ଆମେରିକା ରକ୍ଷାବିଭାଗ ପେଣ୍ଟାଗନର ଏକ ରିପୋର୍ଟ । ଏହିରିପୋର୍ଟରେ କୁହାଯାଇଛି ଯେ ସୀମାରେ
ପୁଣି ଚୀନ୍ ସେନାର ଗତିବିଧି ବଢ଼ିଛି ।ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ନିକଟରେ ମୁତୟନ ହୋଇଥିବା ଚୀନୀସୈନ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ଏହାଛଡ଼ା ଲଦାଖ ଓ ଡୋକଲାମ ନିକଟଏଲ୍ଏସିରେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋର, ସଡ଼କ,ଏୟାରଫିଲ୍ଡ ଏବଂ ହେଲିପ୍ୟାଡ୍ ନିର୍ମାଣକରୁଛି ଚୀନ୍ । ଯାହା ଭାରତ ପାଇଁ ଚିନ୍ତାର
କାରଣ ହୋଇପାରେ । ପେଣ୍ଟାଗନ୍ ରିପୋର୍ଟଅନୁସାରେ ୨୦୨୦ରେ ଭାରତ ସହଗଲୱାନ୍ ଘାଟି ସଂଘର୍ଷ ପରେ ବି ୩,୪୮୮କିଲୋମିଟର ବ୍ୟାପୀ ଏଲ୍ଏସିରେ ଚୀନ୍
ଏହାର ସର୍ବବୃହତ୍ ସେନା ବାହିନୀ “ୱେଷ୍ଟର୍ଣ୍ଣଥିଏଟର କମାଣ୍ଡର’ର ମୁତୟନ ଜାରିରଖିଛି । ସୀମା ବିବାଦ ନେଇ ଭାରତ-ଚୀନ୍ମଧ୍ୟରେ ଗତ ଅକ୍ଟୋବର ୯-୧୦ରେ
କର୍ପସ କମାଣ୍ଡରସ୍ତରୀୟ ୨୦ତମ ରାଉଣ୍ଡଆଲୋଚନା ହୋଇଥିଲା । ଏହା ସତ୍ତ୍ୱେଡେପସାଙ୍ଗ୍ ଓ ·ରିଙ୍ଗ ନିଙ୍ଗଲୁଙ୍ଗ ଡ୍ରେନ ଟ୍ରାକ୍ଜଙ୍କସନରେ ଚୀନ୍ ଏହାର ସେନା ସଂଖ୍ୟା
ହ୍ରାସ କରିନାହିଁ । ଚୀନ୍ ଏହାର ଆଣବିକକ୍ଷମତାର ଦ୍ରୁତ ଆଧୁନିକୀକରଣ ଏବଂବିସ୍ତାର ଜାରି ରଖିଛି । ଚୀନ୍ ବାସ୍ତବନିୟନ୍ତ୍ରଣ ରେଖାରେ ବ୍ୟାପକ ମାତ୍ରାରେ
ସେନା ମୁତୟନ କରିବାରେ ଲାଗିଛି ବୋଲିପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି ।ପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି ।ଆସନ୍ତା ଏକ ଦଶନ୍ଧି ମଧ୍ୟରେ ଚୀନ୍ ଏହାର
ଆଣବିକ କ୍ଷମତାର ଦ୍ରୁତ ଆଧୁନିକୀକରଣ,ବିବିଧକରଣ ଏବଂ ବିସ୍ତାର କରିବାକୁ·ହୁଁଛି । ମେ ୨୦୨୩ ସୁଦ୍ଧା ଚୀନ୍ ପାଖରେ୫୦୦ରୁ ଅଧିକ କାର୍ଯ୍ୟକ୍ଷମ ଆଣବିକ ଅସ୍ତ୍ର
ଥିଲା ଯାହାକି ପୂର୍ବ ଆକଳନଠାରୁ ଢେରଅଧିକ । ଚୀନ୍ ପାରମ୍ପରିକ ଭାବେ ସଶସ୍ତ୍ରଆନ୍ତଃ ମହାଦେଶୀୟ ରେଞ୍ଜର ମିସାଇଲ୍ବିକାଶ ପାଇଁ ଗବେଷଣା ଜାରି ରଖିବ । ଯଦି
ଚୀନ୍ ଏଭଳି ମିସାଇଲ୍ ବିକଶିତ ଓ ମୁତୟନକରେ, ତେବେ ଏହା ଆମେରିକା, ହାୱାଇଏବଂ ଆଲାସ୍କା ଭଳି ଟାର୍ଗେଟ୍ ପ୍ରତି ବିପଦସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.