ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ରସେବା ଆରମ୍ଭ କରିବାକୁ ଯାଉଛି ।ବ୍ୟାଙ୍କ୍ମାନଙ୍କ ପରି ଗୁଗଲଆପଣଙ୍କୁ ଲୋନ ଦେବାରେ
ସାହାର୍ଯ୍ୟ କରିବ । ଏହି ସେବାଏହାର ଲୋକପ୍ରିୟ ପେମେଣ୍ଟ ଆପ”ଗୁଗଲ-ପେ’ ଦ୍ୱାରା ଏହି ସେବାଉପଲବ୍ଧ ହେବ । ତେବେ ଗୁଗଲରଏହି ଫିଚର୍ସ ଫୋନ-ପେ ଓ ଭାରତ
ପେ ପାଇଁ ଆହ୍ୱାନ ହୋଇପାରେ ।ଗୁଗଲ ଏଥିପାଇଁ ଏହାର ଗୁଗୁଲପେ ଡାଟାବେସକୁ ବ୍ୟବହାରକରିବାକୁ ଯାଉଛି । ପୂର୍ବରୁ ଗୁଗଲଭାରତରେ ସ୍ୱତନ୍ତ୍ର ଦେୟ
ନେଣଦେଣ ସେବା “ତେଜ’ଆରମ୍ଭ କରିଥିଲା । ପରେ ଏହା”ଗୁଗଲ ପେ’ ବା “ଜି-ପେ’ଭାବରେ ଜଣାଶୁଣା । ଏହିପ୍ଲାଟଫର୍ମ ମାଧ୍ୟମରେ ଦେଶର
କୋଟି କୋଟି ଲୋକ ୟୁପିଆଇଟ୍ରାଞ୍ଜାକ୍ସନ କରିଥାନ୍ତି । ଭାରତରେସମୁଦାୟ ୟୁପିଆଇ ଟ୍ରାଞ୍ଜାକ୍ସନର୩୦ପ୍ରତିଶତ କେବଳ ଗୁଗଲ ପେମାଧ୍ୟମରେ ହୋଇଥାଏ । ବର୍ତ୍ତମାନ
କମ୍ପାନୀ ଏହି ଡାଟାବେସ ବ୍ୟବହାରକରି ପେଟିଏମ ଏବଂ ଭାରତପେଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦିତାକରିବାକୁ ଯାଉଛି ।ଏହି ସେବାଗୁଗଲରେ ପଞ୍ଜୀକୃତ ବ୍ୟବସାୟୀ
ଏବଂ ଗ୍ରାହକଙ୍କୁ ମିଳିବାକୁ ଯାଉଛି ।କମ୍ପାନୀ “ଗୁଗଲ ପେ’ ଡାଟାବେସଏବଂ ଏଆଇ ବ୍ୟବହାର କରିଲୋକଙ୍କୁ ସେମାନଙ୍କରଆବଶ୍ୟକତା ଅନୁଯାୟୀ ଋଣ ଦେବ ।
ଏଥିପାଇଁ ଗୁଗୁଲ ଅନେକ ବ୍ୟାଙ୍କଏବଂ (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସକମ୍ପାନୀ) ସହିତ ଟାଏ-ଅପ କରିଛି ।ଏହି ସେବାରେ ଲୋକମାନେ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଋଣ
ପାଇପାରିବେ । ପ୍ରତି ମାସରେସର୍ବନିମ୍ନ ୧୧୧ ଟଙ୍କା ଦେଇ ନିଜରଋଣ ପରିଶୋଧ କରିପାରିବେ ।ବ୍ୟବସାୟ ହେଉ କି ଘରୋଇଲୋନ ଗୁଗଲ ସମସ୍ତଙ୍କୁ ଏହିସେବା ଯୋଗାଇଦେବାକୁ ଯାଉଛି ।
ଗୁଗଲ ପକ୍ଷରୁ ଋଣ ସେବା
Next Post