ଏସିଆନ ପାରା ଗେମ୍ସ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0 58

ଭୁବନେଶ୍ୱର, ୨୨ା୧୦(ଡିକେ ନୁ୍ୟଜ୍): ଆଜିଠୁଚୀନରେ ଆରମ୍ଭ ହେବ ଏସିଆନ୍ ପାରା ଗେମ୍ସ ।ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ·ଲିବ ଏସିଆନପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ
ଆଥଲେଟ ଏଥିରେ ଭାଗ ନେଉଛନ୍ତି । ୧୯୬ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେଭାଗ ନେଇଛନ୍ତି । ଓଡ଼ିଶାରୁ ୭ ଜଣ ଭାଗନେଉଛନ୍ତି । ସେମାନେ ହେଲେ ପ୍ରମୋଦ ଭଗତ,
ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ,ରଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲକୁମାର ଖଣ୍ଡାୟତରାୟ ଏବଂ ପୂଜାସ୍ୱିନୀ ନାୟକ ।ସେମାନେ ଏସିଆନ ପାରା ଗେମ୍ସକୁ ମନୋନୀତ
ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସିଆନ ପାରାଗେମ୍ସର ଆଥଲେଟଙ୍କ ପାଇଁ ଶୁକ୍ରବାର ଆର୍ଥିକସହାୟତା ଘୋଷଣା କରିଛନ୍ତି । ୭ଜଣ ଓଡ଼ିଆ
ପାରା ଆଥଲେଟଙ୍କ ପାଇଁ ୧୦ ଲକ୍ଷ ଟଙ୍କାଲେଖାଏଁ ଆର୍ଥିକ ସହାୟତା ଘୋଷଣାକରାଯାଇଛି । ସେଠାରେ ସଫଳତା ପାଇଁ ପାରାଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।
ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି,”ଏସିଆନ ପାରା ଗେମ୍ସ-୨୦୨୨ ପାଇଁଯୋଗ୍ୟତା ଅର୍ଜନ ସକାଶେ ଅକ୍ଳାନ୍ତ ପରିଶ୍ରମକରିଥିବା ଆମ ପାରା ଆଥଲେଟଙ୍କ ପାଇଁ ଆମେ
ଗର୍ବିତ । ଆମ ଖେଳାଳି ଏସିଆନ ଗେମ୍ସରେ ଭଲପ୍ରଦର୍ଶନ କରିବା ନେଇ ଆଶା ରଖିଛି ।

Leave A Reply

Your email address will not be published.