ପ୍ରଥମଥର ବିଶ୍ୱକପରେ ଭାରତଠାରୁ ହାରିଲା ନୁ୍ୟଜିଲାଣ୍ଡ

0 93

ଧର୍ମଶାଳା, ୨୨ା୧୦ :ଧର୍ମଶାଳାରେ ଅନୁଷ୍ଠିତ ଆଇସିସିବିଶ୍ୱକପର ଏକ ମ୍ୟାଚରେନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଦେଇଛି ଭାରତ । ୨୦୦୩ ପରେପ୍ରଥମଥର ପାଇଁ ବିଶ୍ୱକପରେ
ଭାରତଠାରୁ ପରାଜୟ ବରଣ କରିଛିନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟଟେବୁଲର ଶୀର୍ଷରେ ପହଞ୍ଚିଯାଇଛିଭାରତ । ବିଜୟ ପାଇଁ ନ୍ୟୁଜିଲାଣ୍ଡଭାରତ ଆଗରେ ୨୭୪ ରନରବିଜୟ ଲକ୍ଷ୍ୟ ରଖିଥିଲା । ଭାରତ
ପକ୍ଷରୁ ରୋହିତ ଶର୍ମା ( ୪୬ ରନ)ଓ ଶୁଭମନ ଗିଲ (୨୬ରନ) ଭଲଆରମ୍ଭ କରିଥିଲେ । କିନ୍ତୁମଧ୍ୟକ୍ରମରେ ବେଶ କେତୋଟିୱିକେଟ ହରାଇବା ପରେ ଟିମଇଣ୍ଡିଆ ·ପକୁ ଆସିଯାଇଥିଲା । କିନ୍ତୁ
ବିରାଟ କୋହଲି ପୁଣି ଥରେ ଟିମଇଣ୍ଡିଆ ପାଇଁ ସଂକଟ ମୋଚକସାଜିଥିଲେ । ସେ ୯୫ ରନ କରିଭାରତୀୟ ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିଥିଲେ । ଶ୍ରେୟସ ଆୟର
୩୩ ରନ କରିଥିବାବେଳେକେଏଲ ରାହୁଲ ୨୭ରନକରିଥିଲେ । ରବୀନ୍ଦ୍ର ଜାଦେଜା (୩୫ରନ) ଚୌକା ମାରି ଦଳ ପାଇଁ ବିଜୟଆଣିଦେଇଥିଲେ । ଏହି ମ୍ୟାଚରେ
ଭାରତ ଟସ ଜିତି ପ୍ରଥମେ ବୋଲିଂକରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ୨ଟି ୱିକେଟ ହରାଇ ସଂକଟରସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର
୧୯ ରନ ହୋଇଥିବାବେଳେ ଦଳଦୁଇ ଓପନର ଦେୱନ କନୱେ ଓ ୱିଲୟଙ୍ଗଙ୍କ ୱିକେଟ ହରାଇଥିଲା । କିନ୍ତୁଭାରତୀୟ ବଂଶୋଦ୍ଭବ ରାଚିନରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆ
ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାରକରିବା ସହ ସ୍କୋରକୁ ଦ୍ରୁତ ଗତିରେଆଗେଇ ନେଇଥିଲେ । ମିଚେଲବିସ୍ଫୋରକ ବ୍ୟାଟିଂ କରି ୧୩୦ରନ କରିଥିଲେ ଓ ଶେଷ ଓଭରରେମହମ୍ମଦ ସମିଙ୍କ ବଲରେ ଆଉଟ
ହୋଇଥିଲେ । ସେହିପରି ରବୀନ୍ଦ୍ର୭୫ ରନ କରିଥିଲେ । ତେବେଭାରତୀୟ ବୋଲରମାନେ ଭଲପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡରମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଳ
ଆଉଟ କରିବାରେ ସଫଳହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡରସ୍କୋର ୩୦୦ ଟପିପାରିନଥିଲା ଓ୨୭୩ ରନରେ ସୀମିତରହିଯାଇଥିଲା ।

Leave A Reply

Your email address will not be published.