ଜେଲ୍ ଗଲେ ଅଭିନେତା ଦଲିପ ତାହିଲ

0 89

ମୁମ୍ବାଇ, ୨୨ା୧୦: ଜେଲ୍ ଗଲେ ବଲିଉଡରଭେଟେରାନ୍ ଅଭିନେତାଦଲିପ ତାହିଲ । ୬୫ବର୍ଷୀୟ ଏହି ଅଭିନେତାଙ୍କୁ୨ ମାସର ଜେଲ
ଦଣ୍ଡାଦେଶ ଶୁଣାଇଛନ୍ତିକୋର୍ଟ । ୫ ବର୍ଷ ତଳର ଏକପୁରୁଣା ମାମଲାକୁ ନେଇତାଙ୍କୁ ଏହି ସଜା ମିଳିଛି । ଏହିଖବର ସାମ୍ନାକୁ ଆସିବା
ପରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ଆରମ୍ଭହୋଇଯାଇଛି । ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡଡ୍ରାଇଭ ମାମଲାରେ ୨ ମାସ
ଜେଲ ଦଣ୍ଡାଦେଶ ଦଣ୍ଡିତକରାଯାଇଛି । ୨୦୧୮ରେଅଭିନେତା ଦଲିପ ତାହିଲମୁମ୍ବାଇର ଖାର ଅଞ୍ଚଳରେନିଶାଶକ୍ତ ଅବସ୍ଥାରେ ଗାଡି
ଚଳାଇଥିଲେ । ନିଜ କାରରେଏକ ଅଟୋରିକ୍ସାକୁ ଧକ୍କାଦେଇଥିଲେ । ଏଥିରେ ବସିଥିବାଜଣେ ଯୁବକ ଓ ଯୁବତୀ ଗୁରୁତର ଆହତ
ହୋଇଥିଲେ । ଏହାପରେ ପୀଡିତମାନେ ତାଙ୍କବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲେ ।କେବଳ ସେତିକି ନୁହେଁ ଅଭିନେତା ଜଣକ
ପୀଡିତଙ୍କ ସହ ମାରପିଟ୍ କରିଥିବା ମଧ୍ୟଅଭିଯୋଗ ହୋଇଥିଲା । ଏହି ମାମଲାରେ ଦଲିପତାହିଲ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ସେତେବେଳେ ତାଙ୍କୁ ଖାର ପୁଲିସ ଷ୍ଟେସନରେଗିରଫ ମଧ୍ୟ କରାଯାଇଥିଲା । ପରେ ଜାମିନରେଦଲିପ ମୁକୁଳି ଯାଇଥିଲେ । ଏବେ ୫ ବର୍ଷ
ପରେଏହି ମାମଲାର ଶୁଣାଣି କରି କୋର୍ଟ ରାୟଶୁଣାଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀଦଲିପଙ୍କୁ ୨ ମାସ ଜେଲରେ ରହିବାକୁ ପଡିବ ।
୯୦ ଦଶକର ବେଶ୍ ଜଣାଶୁଣା ଅଭିନେତାଙ୍କମଧ୍ୟରୁ ଜଣେ ହେଉଛନ୍ତି ଦଲିପ ତାହିଲ । ଫିଲ୍ମଇଣ୍ଡଷ୍ଟ୍ରିରେ ନିଜର ନେଗେଟିଭ ରୋଲ ପାଇଁ ସେ
ବେଶ୍ ପରିଚିତ । ସେ ବଲିଉଡର ଅନେକ ହିଟ୍ଫିଲ୍ମରେ କାମ କରିଛନ୍ତି । ବାଜିଗର, କୟାମତସେ କୟାମତ ତକ୍, ଇସ୍କ, ରା.ୱନ୍, କହୋନା
ପ୍ୟାର୍ ହୈ, ଆଖିର ରାସ୍ତା, ଦୌଲତ କି ଜଙ୍ଗଭଳି ଫିଲ୍ମରେ ନିଜର ଦମଦାର ଅଭିନୟବଳରେ ସେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ରପରିଚୟ ସୃଷ୍ଟି କରିପାରିଛନ୍ତି ।

Leave A Reply

Your email address will not be published.