ଭାରତରେ ପୁଣି ଜଲୱା ଦେଖାଇବେ ପାକିସ୍ତାନୀ କଳାକାର

0 62

ମୁମ୍ବାଇ, ୨୨ା୧୦: ଭାରତ ଏବଂପାକିସ୍ତାନ ମଧ୍ୟରେ ବନ୍ଧୁତା ଏବଂଶତ୍ରୁତାର ସମ୍ପର୍କ ବହୁତ ପୁରୁଣା ।ଏସବୁ ମଧ୍ୟରେ ପାକିସ୍ତାନୀ
ତାରକାମାନେ ଭାରତ ଆସି କାମକରୁଥିଲେ ଏବଂ ଭାରତୀୟମାନେମଧ୍ୟ ପାକିସ୍ତାନ ଯାଉଥିଲେ । କିନ୍ତୁ୨୦୧୬ରେ ଉରି ଆକ୍ରମଣ ପରେ
ପାକିସ୍ତାନୀ କଳାକାରମାନଙ୍କୁଭାରତରେ କାମ କରିବାକୁ ବ୍ୟାନ୍କରାଯାଇଥିଲା । ଏହା ପରେ ଶୁଣାଣିହୋଇଥିବା ପାକିସ୍ତାନୀ କଳାକାରଙ୍କ
ଉପରେ ପ୍ରତିବନ୍ଧକ ଲଗାଇବାକୁଜଣେ ସିନେୱାର୍କରଙ୍କ ଦ୍ୱାରା ବମ୍ବେହାଇକୋର୍ଟରେ ଏକ ପିଟିସନ ଦାଖଲକରାଯାଇଥିଲା । ଶୁଣାଣି ସମୟରେ
ଦିଆଯାଇଥିବା ରାୟରେ ସମସ୍ତେଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାହିରାଖାନ ଏବଂ ଫୱାଦ ଖାନଙ୍କ ପରିପାକିସ୍ତାନୀ ତାରକାମାନେ ବଲିଉଡରେ
ବହୁତ ଭଲ ପାଇବା ପାଇଛନ୍ତି । କିନ୍ତୁ୨୦୧୬ ରେ ପଡୋଶୀ ଦେଶରତାରକାମାନଙ୍କୁ ଭାରତରେ କାମକରିବାକୁ ବାରଣ କରାଯାଇଥିଲା ।
ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି ।ନିକଟରେ ବମ୍ବେ ହାଇକୋର୍ଟ ଏହିଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।ଯେଉଁଥିରେ ପାକିସ୍ତାନୀ ତାରକାଙ୍କ
ସହ କାମ କରୁଥିବା ଭାରତୀୟ,କମ୍ପାନୀ ଏବଂ ଗୋଷ୍ଠୀ ଉପରେପ୍ରତିବନ୍ଧକ ଲଗାଇବାକୁ ଦାବିକରାଯାଇଛି । ବାସ୍ତବରେ, ଜଣେଆବେଦନକାରୀ, ଜଣେ ପାକିସ୍ତାନୀ
କଳାକାରଙ୍କୁ ଭିସା ପ୍ରଦାନ ବନ୍ଦ କରିବାପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ,ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ଏବଂ ଗୃହ ମନ୍ତ୍ରଣାଳୟ ନିକଟକୁଯାଇଥିଲେ । ତେବେ ସମନ୍ୱୟ ଏବଂଶାନ୍ତିର ଗୁରୁତ୍ୱକୁ ବି·ର କରି କୋର୍ଟଏହି ଆବେଦନକୁ ବାତିଲ କରିଛନ୍ତି ।
ଏହି ଆବେଦନକୁ ବମ୍ବେହାଇକୋର୍ଟରେ ଜଷ୍ଟିସ ସୁନୀଲ ବିଶୁକ୍ରେ ଏବଂ ଜଷ୍ଟିସ ଫିରଦୋଶ ପିପୁନିୱାଲା ଶୁଣାଣି କରିଛନ୍ତି । ଏହି
ଆବେଦନକୁ ଅଗ୍ରାହ୍ୟ କରି ଉଭୟବି·ରପତି କହିଛନ୍ତି ଯେ ଏହିଆବେଦନରେ ଯୋଗ୍ୟତା ନାହିଁଏବଂ ଆନ୍ତର୍ଜାତୀୟ ଶାନ୍ତି ଏବଂ
ନିରାପତ୍ତାକୁ ପ୍ରୋତ୍ସାହିତ କରିବାରେଭାରତ ସରକାର ଏକ ସକରାତ୍ମକପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.