ଟାଇଗରଙ୍କ ପାଇଁ “ସିଂଘମ୍ ଏଗେନ୍’ ଟିମ୍ ଖୁସି

0 95

ମୁମ୍ବାଇ, ୨୨ା୧୦: ଅନ୍ୟ ଅନେକ କାରଣ ସହିତ ରୋହିତ ସେଟ୍ଟୀଙ୍କ ଆଗାମୀ
ଫିଲ୍ମ “ସିଂଘମ୍ ଏଗେନ୍’ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛି । ମୁଖତଃ ଏହାର
ବଜେଟ୍, ତାଗଡ଼ା ଓ ଲମ୍ବା ଷ୍ଟାରକାଷ୍ଟ୍ ପାଇଁ ଫିଲ୍ମଟି ଚର୍ଚ୍ଚାରେ ରହିଛି । ପୂର୍ବରୁ
“ସିଂଘମ୍ ଏଗେନ୍’ରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣବୀର ସିଂହ ଓ
ଦୀପିକା ପାଦୁକୋନ୍ଙ୍କୁ ସାଇନ୍ କରା ସରିଛି । ଏତିକିରେ ରୋହିତଙ୍କର ମନ
ପୂରିଲାନି ଯେ ପୁଣି ଟାଇଗର୍ ଶ୍ରଫ୍ଙ୍କୁ ବି ସେ ଷ୍ଟାରକାଷ୍ଟରେ ସାମିଲ କରିଛନ୍ତି ।
ଟାଇଗର୍ ସେଥିରେ ଏସିପି ସତ୍ୟାଙ୍କ ଭୂମିକାରେ ଅଭିନୟ କରିବେ । ଏସିପି
ସତ୍ୟା କାହାଣୀରେ ଜଣେ କଡ଼ା ମିଜାଜର ଅଫିସର୍, ସମୟ ଓ ନିୟମକୁ ଭାରି
ମାନନ୍ତି । ଟାଇଗର୍ ଯଦିଓ ମୂଳତଃ ଜଣେ ଆକ୍ସନ ଷ୍ଟାର୍, ଆକ୍ସନ ସିନରେ ଅଭିନୟ
କରିବାରେ ଭାରି ଦକ୍ଷ, କିନ୍ତୁ ଏସିପି ସତ୍ୟା ଭୂମିକାରେ ଅଭିନୟ କରିବା ତାଙ୍କ
ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହେବ ନିଶ୍ଚୟ । କାରଣ ମୂଳତଃ ତାହା ଜଣେ
ବୟସ୍କ ଅଫିସରଙ୍କ ଭୂମିକାୟ ତେବେ ଏଥିରେ ଆପତ୍ତି କରିନାହାନ୍ତି ଟାଇଗର୍ ।
ଉଭୟ ରୋହିତ ଓ ଟାଇଗର୍ ପରସ୍ପରଙ୍କୁ ପାଇ ବେଶ୍ ଖୁସି ଅଛନ୍ତି । କେବଳ
ସେତିକି ନୁହେଁ, ଫିଲ୍ମର ବାକି ନାୟକ, ଯଥା- ଅକ୍ଷୟ, ଅଜୟ ଓ ରଣବୀର ମଧ୍ୟ
ତାଙ୍କୁ “ସିଂଘମ୍ ଏଗେନ୍’ ଟିମରେ ସ୍ୱାଗତ କରି ଟୁଇଟ୍ କରିଛନ୍ତି । ଟାଇଗର୍
ଆସିବାପରେ ଟିମ୍ ଆହୁରି ବଳଶାଳୀ ହୋଇଛି ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.