ବାପାଙ୍କୁ ୪୦ କିମି ଟ୍ରଲିରେ ବୋହିଲା ନାବାଳିକା ଝିଅ

0 88

ଭଦ୍ରକ, (ଡି କେ ନ୍ୟୁଜ) : ଭଦ୍ରକଜିଲାର ଧାମନଗର ନିର୍ବାଚନ ମଣ୍ଡଳୀଅଧୀନସ୍ଥ ଧୁଷୁରୀ ଥାନା ନଦୀଗାଁରେଜମିବାଡି ବିବାଦକୁ ନେଇଅପରପକ୍ଷଙ୍କ ମରଣାନ୍ତକଆକ୍ରମଣରେ ଗୁରୁତର ପିତା ଟ୍ରଲିଚାଳକ ଶମ୍ଭୁନାଥଙ୍କୁ ଶତ୍ରୁପକ୍ଷଙ୍କ ଦୃଷ୍ଟିକୁଏଡାଇ ତାଙ୍କର ୧୦ମ ଶ୍ରେଣୀରେପଢୁଥିବା ନାବାଳିକା କନ୍ୟା ସୁଜାତାଟ୍ରଲି ଯୋଗେ ଦୀର୍ଘ ୪୦ କିମି ଆଣିଭଦ୍ରକ ମେଡିକାଲରେ ଚିକିସôିତକରାଇବା ଘଟଣା ଆଜି ଚର୍ଚ୍ଚାରବିଷୟ ହୋଇଛି । ତେବେ ଏହିଘଟଣା କେତେକ ଗଣମାଧ୍ୟମପ୍ରତିନିଧିଙ୍କ ଆଖିକୁ ଆସିବା ପରେସୂଚନା କ୍ରମେ ଭଦ୍ରକ ବିଧାୟକସଂଜୀବ ମଲ୍ଲିକ ଓ ପୂର୍ବତନଧାମନଗର ବିଧାୟକ ରାଜେନ୍ଦ୍ର ଦାସଝିଅଟି ଚିକିସôିତ ପିତାଙ୍କୁ ପୂର୍ବଭଳିଟ୍ରଲିରେ ଘରକୁ ନେବା ରାସ୍ତାରେଭଦ୍ରକ ସହରର ମହତାବ ଛକରେସାମ୍ବାଦିକ ମାନେ ଘେରିଥିବା ଉଭୟପିତା-ପୁତ୍ରୀଙ୍କ ନିକଟରେ ପହଞ୍ଚôସମସ୍ତ ବିଷୟ ଶୁଣିଥିଲେ । ଏବଂପୂର୍ବତନ ବିଧାୟକ ଶ୍ରୀ ଦାସ ଝିଅଟିକୁକିଛି ଆର୍ଥିକ ସହାୟତା ଦେଇଥିବାବେଳେ ବିଧାୟକ ସଂଜୀବ ମଲ୍ଲିକଜିଲା ମୁଖ୍ୟ ଚିକିସôାଧିକାରୀ ସନ୍ତୋଷପାତ୍ରୋଙ୍କୁ ଡକାଇ ଆହତ ପିତାଶମ୍ଭୁନାଥଙ୍କୁ ଆମ୍ବୁଲାନ୍ସ ଯୋଗେ ସୁସ୍ଥହେବା ପର୍ଯ୍ୟନ୍ତ ଭଦ୍ରକଡାକ୍ତରଖାନାରେ ଚିକିସôା ହେବାରସମସ୍ତ ବ୍ୟବସ୍ଥା କରିଛନ୍ତି । ଏଥିସହଅପରପକ୍ଷଙ୍କ ଭୟରେ ଘରକୁଫେରିପାରୁନଥିବା ପରିବାରଟି କିଭଳିସ୍ଥାନୀୟ ଥାନାରୁ ନ୍ୟାୟ ପାଇବେ, ସେସଂପର୍କରେ ପୋଲିସ୍ ପ୍ରଶାସନକୁଅବଗତ କରାଇଛନ୍ତି । ଏ ସଂପର୍କରେଗୁରୁତର ଶମ୍ଭୁନାଥ, ତାଙ୍କ କନ୍ୟାସୁଜାତା ଓ ଭାଇବୋହୂ ବବିଲତାସେଠୀ ଗଣମାଧ୍ୟମକୁ ଦେଇଥିବାସୂଚନା ଅନୁସାରେ ନଦୀଗାଁରେ ଥିବାପୈତୃକ ଜମିରେ ଅପରପକ୍ଷ ବାବାଜୀସେଠୀ, ତାଙ୍କ ଦୁଇଭାଇ ଧୁଣ୍ଡୁରାସେଠୀ ଓ ଏଣ୍ଡୁ ସେଠୀ ବଳପୂର୍ବକଘରକରି ଏମାନଙ୍କ ସଂପତ୍ତିକୁଜବରଦଖଲ କରି ରଖିଛନ୍ତି । ଏସଂପର୍କରେ ଶମ୍ଭୁନାଥ ସେଠୀ ଓ ତାଙ୍କମସ୍ତିଷ୍କ ବିକୃତ ଥିବା ସାନଭାଇସୁରେଶର ପତ୍ନୀ ବବିଲତା ପ୍ରତିବାଦକରିଥିଲେ ମଧ୍ୟ ସେମାନେପ୍ରଭାବଶାଳୀ ଥିବାରୁ ମାଡ ମାରିଭୟଭୀତ ଅବସ୍ଥାରେ ରଖିଛନ୍ତି । ଏହିଘଟଣାରେ ପୂର୍ବରୁ ବିବାଦ ଘଟିଶମ୍ଭୁନାଥ ଓ ତାଙ୍କ ଭାଇଙ୍କ ପକ୍ଷରୁସ୍ଥାନୀୟ ଧୁଷୁରୀ ଥାନାରେ ଅଭିଯୋଗକରାଯାଇଥିଲେ ମଧ୍ୟ ଅପରପକ୍ଷଙ୍କପ୍ରଭାବ ଯୋଗୁଁ ପୋଲିସ୍ କୌଣସିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ତେବେ ଗତ ରବିବାର ଦିନ ଏହିଭଳିଅପରପକ୍ଷ ଅଭିଯୁକ୍ତ ଓ ତାଙ୍କର ପତ୍ନୀବାଙ୍ଗ, କାମିନୀ ଓ ବାସନ୍ତୀ ଶମ୍ଭୁନାଥଉପରେ ମରଣାନ୍ତକ ଆକ୍ରମଣ କରିଘରୁ ବାହାର କରିଦେଇଥିଲେ ।ଫଳରେ ତାଙ୍କର ଭାଇବୋହୂ ନିଜରମସ୍ତିଷ୍କ ବିକୃତ ସ୍ୱାମୀଙ୍କୁ ନେଇଭୟରେ ପଳାୟନ କରିଥିଲା ।ଏପରିକି ଶମ୍ଭୁନାଥର ୭ମ ଶ୍ରେଣୀରେପଢୁଥିବା ପୁତ୍ର ବାପୁନୁ କେଉଁଆଡେଲୁଚିଯାଇଥିବାବେଳେ ୧୦ମଶ୍ରେଣୀରେ ପଢୁଥିବା ୧୫ ବର୍ଷିୟାକନ୍ୟା ସୁଜାତା ଏକ ସ୍ଥାନରେ ଲୁଚିରହି
ନିଜ ଗୁରୁତର ପିତାଙ୍କୁ ବଂଚାଇବାକୁତାଙ୍କ ଟ୍ରଲିରେ ପ୍ରଥମେ ଧାମନଗରସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିସôାକରିଥିଲେ ମଧ୍ୟ ଡାକ୍ତରମାନେଗୁରୁତର ଅବସ୍ଥା ଦେଖି ଭଦ୍ରକ ଯିବାକୁକହିଥିଲେ । ତେବେ ସବୁଠାରୁଆଶ୍ଚର୍ଯ୍ୟର କଥା ଶମ୍ଭୁନାଥର ଗୁରୁତରଅବସ୍ଥା ଦେଖି ପ୍ରଥମେ ନଦୀଗାଁରକେତେକ ବ୍ୟକ୍ତିଙ୍କ ସହାୟତାରେସୁଜାତା ୧୦୮ ଆମ୍ବୁଲାନ୍ସକୁ ଖବରଦେଇଥିଲେ ମଧ୍ୟ କେହି ଆସିନଥିଲେ ।ଏପରିକି ଧାମନଗରରୁ ଭଦ୍ରକ ମଧ୍ୟକୌଣସି ଆମ୍ବୁଲାନ୍ସନଆଣିବାରୁବାଧ୍ୟହୋଇ ସୁଜାତା ଝିଅ ହୋଇ ମଧ୍ୟଦୀର୍ଘ ୪୦ କିମି ଟ୍ରଲିରେ ଆଣି ଭଦ୍ରକମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ ।ଡାକ୍ତରମାନେ ତାଙ୍କୁ ଚିକିସôା କରିବାମଧ୍ୟରେ ୬ ଦିନ ପରେ ଆସିଅପରେସନ ହେବ ବୋଲି ପରାମର୍ଶଦେବାରୁ ପୁନର୍ବାର ସୁଜାତା କୌଣସିଆମ୍ବୁଲାନ୍ସର ସହାୟତା ନପାଇ ସେହିଟ୍ରଲିରେ ପିତାଙ୍କୁ ଆଣିବା ମଧ୍ୟରେସହରର ପ୍ରବେଶ ପଥ ମହତାବଛକଠାରେ କେତେକ ଗଣମାଧ୍ୟମପ୍ରତିନିଧିଙ୍କ ଦୃଷ୍ଟିକୁ ଆସିଥିଲେ ।ସର୍ବଶେଷ ସୂଚନା ଅନୁଯାୟୀ ଶମ୍ଭୁନାଥଗୁରୁତର ଅବସ୍ଥାରେ ମେଡିକାଲରେଚିକିସôିତ ହେଉଥିବା ଅବସ୍ଥାରେପ୍ରତିପକ୍ଷ ତାର ଘରଟିକୁ ଭାଙ୍ଗିରୁଜୁସେଥିରେ ଥିବା ଟିଭି, ସାଇକେଲ୍ ଓମୋବାଇଲ୍ ନେଇଯାଇଥିବା ବିଷୟତାଙ୍କର ଭାଇବୋହୂ ବବିଲତାଗଣମାଧ୍ୟମକୁ କହିଛନ୍ତି । ସେ ମଧ୍ୟପ୍ରତିପକ୍ଷଙ୍କ ଆକ୍ରମଣ ଭୟରେ ଏବେଶମ୍ଭୁନାଥ ସହ ଡାକ୍ତରଖାନାରେରହିଥିବାର ଜଣାପଡିଛି ।

Leave A Reply

Your email address will not be published.