ଟିମ୍ ଇଣ୍ଡିଆ ପାଇଁ ବଢିଲା ଚିନ୍ତା

0 80

ନୂଆଦିଲ୍ଲୀ, ୨୬ା୧୦: ଅକ୍ଟୋବର ୨୯ରେ ଇଂଲଣ୍ଡଏବଂ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଭାରତଖେଳିବାକୁ ଥିବା ଆଗାମୀ ବିଶ୍ୱକପ ମ୍ୟାଚରୁ ବାଦ୍ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଭାରତର ଷ୍ଟାରଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନକୁ ଏକ ବିରାଟ୍ଝଟକା ଲାଗିଛି । ଆଗାମୀ ଦିନରେ ପାଣ୍ଡ୍ୟା ଟିମ୍ଇଣ୍ଡିଆର ଅନେକ ମ୍ୟାଚରେ ଖେଳିବେନି ବୋଲିସୂଚନା ରହିଛି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏବେ ଟିମ୍ଇଣ୍ଡିଆର ମ୍ୟାନେଜମେଣ୍ଟ ପୁଣି ଥରେ କାମ କରୁଛି ।ତେବେ ସେ ଆଗକୁ ଦଳ ପାଇଁ ଖେଳିବେ କି ନାହିଁତାହାର ନିଷ୍ପତ୍ତି ଆଗାମୀ ସପ୍ତାହରେ ନିଆଯିବ । ପୂର୍ବରୁହାର୍ଦ୍ଦିକ ତାଙ୍କ ଜୀବନରେ ଅନେକ ଥର ଅଘାତପାଇଛନ୍ତି । ହେଲେ ଯେଉଁଭଳି ଭାବେ ଏଥର ସେଦଳରେ ରହିପାରୁନାହାନ୍ତି ତାହା ନିଶ୍ଚୟ ତାଙ୍କବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ତେବେପାଣ୍ଡ୍ୟାଙ୍କ ନଖେଳି ପାରିବା ଦଳ ପାଇଁ ଏବେ ଏକଚିନ୍ତାର ବିଷୟ ପାଲଟିଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍ସମୟରେ ହାର୍ଦ୍ଦିକଙ୍କ ଗୋଡ଼ ମୋଡ଼ି ହୋଇଯିବାରୁଅଧା ମ୍ୟାଚରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା ।ଏବେ ବି ସେ ସୁସ୍ଥ ହୋଇନଥିବାରୁ ଆଗାମୀ କିଛିମ୍ୟାଚରେ ସେ ନଜର ଆସିବେ ନାହିଁ ବୋଲିକୁହାଯାଉଛି । ସୂଚନା ମିଳିଛି ଯେ, ବାମ ଗୋଡ଼ରେଆଘାତ ଲାଗିବା ପରେ ବେଙ୍ଗାଲୁରୁର ନ୍ୟାସନାଲକ୍ରିକେଟ୍ ଏକାଡେମୀରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜରଚିକିତ୍ସା ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ସେ ଅଭ୍ୟାସଆରମ୍ଭ କରିନଥିବାରୁ ତାଙ୍କୁ ସୁସ୍ଥ ହେବା ପାଇଁ ଆହୁରିଅଧିକ ଦିନ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.