ଜାତୀୟ କ୍ରୀଡ଼ା ମହାକୁମ୍ଭ ଗୋଆରେ ଅନୁଷ୍ଠିତ

0 87

ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ଗୁରୁବାରଠାରୁ ଆରମ୍ଭହେଉଛି ୩୭ତମ ଜାତୀୟ କ୍ରୀଡ଼ା ।ଜାତୀୟ କ୍ରୀଡ଼ାର ଏହି ମହାକୁମ୍ଭଗୋଆରେ ଅନୁଷ୍ଠିତ ହେଉଛି ।ଜାତୀୟ କ୍ରୀଡାକୁ ଦେଶର ଅଲିମ୍ପିକ୍ଭାବେ ମଧ୍ୟ ପରିଗଣିତ କରାଯାଉଛି ।ଏଥିଲାଗ ସମସ୍ତ କ୍ରୀଡାବିତଜୋରଦାର ପ୍ରସ୍ତୁତ କରିଛନ୍ତି । ଦେଶରସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁକ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି ।ଓଡ଼ିଶାରୁ ୩ଶହରୁ ଅଧିକ କ୍ରୀଡ଼ାବିତଅଂଶଗ୍ରହଣ କରୁଛନ୍ତି । ସେମାନଙ୍କମଧ୍ୟରେ ୧୮୦ଜଣ ମହିଳାକ୍ରୀଡ଼ାବିତ ଅଛନ୍ତି । ରାଜ୍ୟର ଖେଳାଳିଉନ୍ନତ ପ୍ରଦର୍ଶନ କରି ମେଡାଲଆଣିଲେ ରାଜ୍ୟ ସରକାର ଦେବେପୁରସ୍କାର । ସ୍ୱର୍ଣ୍ଣ ମେଡାଲ ଜିତିଲେରାଜ୍ୟ ସରକାର ଦେବେ ୫ ଲକ୍ଷଟଙ୍କା ପୁରସ୍କାର । ରୌପ୍ୟ ପଦକ ପାଇଁ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣାକରିଛନ୍ତି । ଆସନ୍ତା ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ·ଲିବ ଜାତୀୟ କ୍ରୀଡ଼ାମହାକୁମ୍ଭ । ଗୋଆର ୫ଟି ସହରରେକ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତାଅନୁଷ୍ଠିତ ହେବ । ମାପୁସା, ମାର୍ଗାଓ,ପଞ୍ଜିମ, ପୋଣ୍ଡା ଏବଂ ଭାସ୍କସହରରେ ଅନୁଷ୍ଠିତ ହେବ କ୍ରୀଡ଼ା ।ଗୋଆ ପ୍ରଥମଥର ଲାଗି ଜାତୀୟକ୍ରୀଡ଼ା ଆୟୋଜନ କରୁଛି । ଏଥିରେ୧୦ ହଜାରରୁ ଅଧିକ କ୍ରୀଡ଼ାବିତସାମିଲ ହେବା ସମ୍ଭାବନା ରହିଛି ।୪୩ଟି ବିଭିନ୍ନ ବର୍ଗରେ ଅଂଶଗ୍ରହଣକରିବେ ଖେଳାଳି । ତେବେ ଦିଲ୍ଲୀରଇନ୍ଦିରା ଗାନ୍ଧି ଷ୍ଟାଡିୟମ କମ୍ପ୍ଲେକ୍ସରେହେବ ଜାତୀୟ କ୍ରୀଡାର ଗୋଲ୍ଫପ୍ରତିଯୋଗିତା । ଏହା ପୂର୍ବରୁ୨୦୧୬ରେ ୩୬ତମ ଜାତୀୟକ୍ରୀଡା ଆୟୋଜନ ଲାଗି ଗୋଆକୁଚୟନ କରାଯାଇଥିଲା । ତେବେ ବିଭିନ୍ନକାରଣକୁ ନେଇ ଗତବର୍ଷ୨୦୨୨ରେ ଏହି କ୍ରୀଡ଼ାଗୁଜରାଟରେ ଅନୁଷ୍ଠିତ ହୋଇଥିଲା ।ଗୋଆରେ ୩୭ତମ ଜାତୀୟ କ୍ରୀଡା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.