ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କାର ପୁରସ୍କାର ରାଶି

0 73

ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ): ପାରାଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନପାଇଁ ଓଡିଶାର ପ୍ରମୋଦ ଭଗତଙ୍କ ପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି
ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଚୀନ୍ରହାଙ୍ଗଝୋଉରେ ·ଲିଥିବା ଏସୀୟ ପାରାଗେମ୍ସରେ ପାରା ବ୍ୟାଡମିଣ୍ଟନ୍ ପୁରୁଷସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି
ପ୍ରମୋଦ ଭଗତ । ଏକକ ଫାଇନାଲରେ ନିଜଦେଶ ଭାରତର ନିତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି
ଗୁରୁବାର ପୁରୁଷ ଯୁଗଳ ପ୍ରତିଯୋଗିତାରସେମିଫାଇନାଲରେ ପରାସ୍ତ ହୋଇ ତାଙ୍କୁକାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।ବୁଧବାର ସେ ମିଶ୍ରିତ ଯୁଗଳ
ପ୍ରତିଯୋଗିତାରେ ମନୀଷା ରାମଦାସଙ୍କ ସହସେମିରେ ପରାସ୍ତ ହୋଇ ପ୍ରଥମ କାଂସ୍ୟଜିତିଥିଲେ । ପ୍ରଥମ ଥର ପାଇଁ ଏସିଆନ ଗେମ୍ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି
ପ୍ରମୋଦ । ପାରା ଏସିଆନ୍ ଗେମ୍ସରେପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟକ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ ।ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ
ଗୋଲଡ୍ ମେଡାଲ ପାଇଥିଲେ ଓଡ଼ିଶାର ଏହିଖେଳାଳି । ସେପଟେ ମୁଖ୍ୟମନ୍ତ୍ରୀ ପାରାଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇକହିଛନ୍ତି । ପ୍ରମୋଦଙ୍କ ଏହି
ଉଲ୍ଲେଖନୀୟସଫଳତା ରାଜ୍ୟ ଓ ଦେଶ ପାଇଁ ଗୈାରବଆଣିଛନ୍ତି । ପ୍ରମୋଦଙ୍କ ଏହି ସଫଳତା ଅନ୍ୟକ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ସହିତ
୨୦୨୪ ପ୍ୟାରିସ ଅଲମ୍ପିକ୍ସ ପାଇଁମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ସହାୟତାଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣାକରିଛନ୍ତି । ପୁରସ୍କାର ରାଶି ଘୋଷଣା ପରେ
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମୋଦ ।ଏହି ପ୍ରୋତ୍ସାହନ ପ୍ୟାରିସ ଅଲମ୍ପିକ୍ସ୨୦୨୪ ପାଇଁ ଅଧିକ ପ୍ରେରଣାଯୋଗାଇବ ବୋଲି ପ୍ରମୋଦ କହିଛନ୍ତି ।

Leave A Reply

Your email address will not be published.