ଓଡ଼ିଶା ରୂପାନ୍ତରଣ ସାରଥୀଙ୍କୁ ଶୁଭେଚ୍ଛାର ସୁଅ

0 53

ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ):୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାରସୁଅ । ନବୀନ ନିବାସରେ ଭି.କେ.ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି
୧୪ରୁ ଅଧିକ ସଙ୍ଗଠନ । ରାଜ୍ୟସରକାରଙ୍କ ଅଧିନରେ କାର୍ଯ୍ୟରତ ବିଭିନ୍ନଆଉଟ୍ ସୋର୍ସିଂ ସଂଘ, ଶିକ୍ଷକ ସଂଘ,କର୍ମ·ରୀ ସଂଘ ପକ୍ଷରୁ ୫-ଟି ଓ ନବୀନଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛାଜଣାଇଛନ୍ତି । ୫-ଟି ଓ ନବୀନ ଓଡ଼ିଶାରଅଧ୍ୟକ୍ଷ ଭାବେ ବିଭିନ୍ନ କ୍ଷେତ୍ରରେରୂପାନ୍ତରଣ ଏହି ପ୍ରକ୍ରିୟାକୁ ସେ ଆହୁରିତ୍ୱରାନ୍ୱିତ କରିବେ ବୋଲି ଆଶା ରଖିଥିଲେବିଭିନ୍ନ ସଂଗଠନର କର୍ମକର୍ତ୍ତା । ନବୀନନିବାସରେ ଭି.କେ.ପାଣ୍ଡିଆନଙ୍କୁ ଭେଟିଥିବାସଂଗଠନ ମଧ୍ୟରେ ରହିଥିଲେ । ଓଡ଼ିଶାସଚିବାଳୟ ସେବା ସଂଘ, ଓଡ଼ିଶାସରକାରୀ ଆଉଟ୍ ସୋର୍ସିଂ ସଂଘ, ଶିକ୍ଷକସଂଘ, କର୍ମ·ରୀ ସଂଘ, ଓଡ଼ିଶା ପୋଲିସଆସୋସିଏସନ, ଅଲ୍ ଓଡ଼ିଶା ଆୟୁଷଡାକ୍ତର ସଂଘ ଭଳି ବିଭିନ୍ନ ସଂଗଠନ । ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ତାଙ୍କର ନୂଆ ଦାୟିତ୍ୱକୁ ନେଇଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସାକ୍ଷାତ କରିବେଶ୍ ଉତ୍ସାହିତ ହୋଇଥିଲେ ବିଭିନ୍ନସଂଗଠନ ସଦସ୍ୟ । ଆଗାମୀ ଦିନରେଓଡ଼ିଶା ବିକାଶକୁ ଦ୍ରୁତ ଗତିରେ ଆଗେଇନେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନଦେଇଛନ୍ତି ତାକୁ ସାକାର କରିବାରେଲାଗିଛନ୍ତି ଭି.କେ.ପାଣ୍ଡିଆନ । ତାଙ୍କର ଏହିପ୍ରଚେଷ୍ଟାରେ ସମସ୍ତ ସଂଗଠନ ତାଙ୍କସାଥିରେ ଦୃଢ଼ ଭାବେ ଠିଆ ହେବା ପାଇଁପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହ ବିଭିନ୍ନକର୍ମ·ରୀ ସଂଘର କର୍ମକର୍ତ୍ତାମାନେଆଗାମୀ ଦିନରେ ସେମାନଙ୍କ ସମସ୍ୟାରସମାଧାନ ହେବ ବୋଲି ଆଶା ରଖିଛନ୍ତି ।ଆଇଏଏସ ·କିରିରୁ ଅବସର ନେବାପରେ ରାଜ୍ୟ ସରକାରଙ୍କ ୫-ଟି ଓ ନବୀନଓଡ଼ିଶାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତିଭି.କେ. ପାଣ୍ଡିଆନ । ୨୦୧୯ ମସିହାରୁରୂପାନ୍ତରିତ ଓଡ଼ିଶା ଗଠନ ଲାଗି ଅହରହଉଦ୍ୟମ ଜାରି ରଖିବା ଭି.କେ. ପାଣ୍ଡିଆନଙ୍କଏହି ନୂଆ ଦାୟିତ୍ୱ ନୂଆ ଓଡ଼ିଶା ସଶକ୍ତଓଡ଼ିଶା ଗଠନ ଦିଗରେ ଆହୁରି ସହାୟକହେବ । ଆହୁରି ଶାଣିତ ଢ଼ଙ୍ଗରେ ଓଡ଼ିଶାବିକାଶର କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲିସମସ୍ତେ ଆଶା ଓ ବିଶ୍ୱାସ ରଖିଛନ୍ତି ।୨୦୦୨ ମସିହାରୁ ଭିଜନ ମ୍ୟାନ୍ ଶ୍ରୀପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ବିକଶିତ ଓଡ଼ିଶା ଗଠନରସ୍ୱପ୍ନକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେଇଆସୁଛନ୍ତି । ଫଳରେ ଗାଁ ଠୁ ସହର ସବୁଠିବଦଳି ଯାଇଛି ବିକାଶର ଚିତ୍ର । ସେଥିପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଓଡ଼ିଶାବାସୀଙ୍କ ପ୍ରୀୟ ସାଜିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.