ଆଜି ଚନ୍ଦ୍ରଗ୍ରହଣ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ

0 57

ପୁରୀ,୨୭ା୧୦(ଡିକେ ନୁ୍ୟଜ):ଆସନ୍ତାକାଲି କୁମାରପୂର୍ଣ୍ଣମୀରେ ରାହୁ ଗ୍ରସ୍ତଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏଥିପାଇଁଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିକରାଯିବ । ରାତ୍ର ୧ଟା ୪ମିନିଟ୍ ୪୫ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଏବଂ
୨ଟା ୨୪ରେ ସର୍ବମୋକ୍ଷ । ତେଣୁଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟକରାଯାଇଛି । ଶୁକ୍ରବାର ରାତି ୨ଟାରେ ଦ୍ୱାର ଫିଟା ପରେ ଭିତର ଶୋଧକରାଯାଇ ମଙ୍ଗଳ ଆଳତୀ, ମଇଲମ,ତଡ଼ପ ଲାଗି, ଅବକାଶ ନୀତି ପରେ
ଭୋର ୪.୩୦ରୁ ୫.୩୦ ମଧ୍ୟରେ ରାଧାଦାମୋଦର ବେଶ ସରିବ । ଏହାପରେଅନ୍ୟାନ୍ୟ ନୀତି ହୋଇ ଆସନ୍ତାକାଲିସକାଳ ୬.୩୦ ରୁ ୭.୩୦ ମଧ୍ୟରେସକାଳ ଧୂପ , ସକାଳ ୮ ଟା ରୁ ୮.୩୦ମଧ୍ୟରେ ବାଳଧୂପ ସରିବ । ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ ।ସେହିଦିନ ୪ ଟା ୪ ମିନିଟ ୫୫ସେକେଣ୍ଡରୁ ପାକ ତ୍ୟାଗ ଓ ଦେବନୀତି ନିଷିଦ୍ଧ ହେବ । ଅପରାହ୍ନ୩.୦୦ ରୁ ୩.୩୦ ମଧ୍ୟରେ ଖଇକୋରା ଭୋଗ ହେବ । ଗତ ୧୬
ତାରିଖରେ ନୀଳାଦ୍ରି ଭକ୍ତ ନିବାସରେଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନକୁମାର ଦାସଙ୍କ ଅଧକ୍ଷତାରେହୋଇଥିବା ଛତିଶା ନିଯୋଗବୈଠକରେ କାର୍ତ୍ତିକ ମାସ ନୀତି ସହଗ୍ରହଣ ନୀତି ନିର୍ଘଣ୍ଟ ହୋଇଥିଲା ।

Leave A Reply

Your email address will not be published.