ପାରାଦୀପ ରିଫାଇନାରୀରୁ ଗ୍ୟାସୋଲିନ ଇନ୍ଧନ ଉତ୍ପାଦନ ଆରମ୍ଭ

0 57

ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଆଇଓସିଏଲ୍) ଦେଶର ପ୍ରଥମପେଟ୍ରୋଲ ଏବଂ ଡିଜେଲରେଫରେନ୍ସ ଇନ୍ଧନ ଉତ୍ପାଦନଆରମ୍ଭ କରିଛି, ଯାହା
ଅଟୋମୋବାଇଲ୍ ଉତ୍ପାଦନକାରୀଙ୍କଦ୍ୱାରା ଯାନ ପରୀକ୍ଷା ପାଇଁ ବ୍ୟବହୃତହୋଇଥାଏ । କେନ୍ଦ୍ର ପେଟ୍ରୋଲିୟମଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ
ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେଗୁରୁବାର ଦିନ ଏହି ଶୁଭାରମ୍ଭ ଉତ୍ସବଅନୁଷ୍ଠିତ ହୋଇଥିଲା । ବିଶେଷଭାବେ ଆମଦାନୀ ଉପରେ
ନିର୍ଭରଶୀଳ ଆଇଓସିଏଲ ଦ୍ୱାରାଉତ୍ପାଦିତ ଏହି ଇନ୍ଧନ ଭାରତରନିର୍ଭରଶୀଳତାକୁ ହ୍ରାସ କରିବା ସହିତଦେଶର ଶକ୍ତି ଶିଳ୍ପକୁ ସ୍ୱତନ୍ତ୍ର ଦକ୍ଷତା
ସହିତ ସଜ୍ଜିତ କରି ବିଶ୍ୱ ବଜାରରେଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।ଏହି ଇନ୍ଧନର ଉତ୍ପାଦନ ଭାରତକୁଆତ୍ମ ନିର୍ଭରଶୀଳ ଭାରତର
ନିକଟତର କରିବ ବୋଲି ଆଶାକରାଯାଉଛି ଆଇଓସିଏଲ ଏହାରପାରାଦୀପ ରିଫାଇନାରୀରେଗ୍ୟାସୋଲିନ ରେଫରେନ୍ସ ଇନ୍ଧନ
ଏବଂ ପାନିପଥ ରିଫାଇନାରୀରେଡିଜେଲ ରେଫରେନ୍ସ ଇନ୍ଧନଉତ୍ପାଦନ ପାଇଁ ବ୍ୟବସ୍ଥା କରିଛି ।ଏହି ପରିପ୍ରେକ୍ଷୀରେ ଗତ
ଗୁରୁବାର ଦିନ ଏହି ଉତ୍ପାଦନରଶୁଭାରମ୍ଭ ଅବସରରେ ପାରାଦୀପରିଫାଇନାରୀରୁ ଗ୍ୟାସୋଲିନରେଫରେନ୍ସ ଇନ୍ଧନର ଶୁଭଉଦ୍ଘାଟନ ହୋଇଯାଇଛି ।

Leave A Reply

Your email address will not be published.