ଭାରତରେ ଆଇଫୋନ୍ ତିଆରି କରିବ ଟାଟା

0 73

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ କମ୍ପାନୀଭାବେ ଟାଟା ତିଆରି କରିବ ଆପଲଆଇଫୋନ୍ । ଏନେଇ ଅନୁମତିମିଳିସାରିଛି । ଆଗାମୀ ଦୁଇ କିମ୍ବା
ଅଢେଇ ବର୍ଷ ଭିତରେ ଟାଟା ଉଭୟଘରୋଇ ଓ ବିଶ୍ୱ ବଜାର ପାଇଁଆଇଫୋନ୍ ତିଆରି କରିବ ।ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ
ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେକର ।ଆଇଫୋନ୍ ନିର୍ମାତା କମ୍ପାନୀ ୱିଷ୍ଟ୍ରନ୍ଭାରତୀୟ ବ୍ୟବାସାକୁ ଟାଟା କମ୍ପାନୀ
କିଣି ନେଇଛି । ଉଭୟ କମ୍ପାନୀମଧ୍ୟରେ ଡିଲ୍ ଫାଇନାଲ୍ ହେବାପରେ ୱିଷ୍ଟ୍ରନ ପକ୍ଷରୁ ଏହି ସୂଚନାଦିଆଯାଇଛି । ଯାହାକୁ ଏକ୍ସରେ
ଶେୟାର କିରଛନ୍ତି କେନ୍ଦ୍ର ଅ ।ଇଟିରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।ୱିଷ୍ଟ୍ରନ ବ୍ୟବସାୟକୁ ବ୍ୟବସାୟକୁଅଧିକୃତ କରିଥିବାରୁ ଟାଟା ଟିମ୍କୁବଧେଇ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଶେୟାର କରିଥିବାୱିଷ୍ଟ୍ରନର ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛିଯେ ଆଜି ୱିଷ୍ଟ୍ରନର ବୋର୍ଡ ମିଟିଂହୋଇଥିଲା । ବୈଠକରେ କମ୍ପାନୀରଶାଖା ଏସ୍ଏମ୍ଏସ୍ ଇନ୍ଫୋକମ
(ସିଙ୍ଗାପୋର) ପିଟିଇ ଏଲ୍ଟିଡି ଏବଂୱିଷ୍ଟ୍ରନ ହଂକଂ ଲିମିଟେଡ୍କୁ ନିଜରଶେୟାର ବିକ୍ରି ପାଇଁ ଟାଟାଇଲେକ୍ଟ୍ରୋନିକ ପ୍ରାଇଭେଟ୍ ମିଲିଟେଡ୍ସହ ଚୁକ୍ତି ସାଇନ୍ ପାଇଁ ଅନୁମତି ଦିଆଯାଇଛି । ୱିଷ୍ଟ୍ରନ ଇନ୍ଫୋକମ
ମ୍ୟାନୁଫାକ୍ଚରିଙ୍ଗ(ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ୧୦୦ ପ୍ରତିଶତଇନ୍ଡାଇରେକ୍ଟ ଷ୍ଟେକ୍ ଟାଟାକୁ ବିକ୍ରି ପାଇଁ ଏହି ଚୁକ୍ତି ଫାଇନାଲ୍ ହୋଇଛି ।ପ୍ରେସ୍ ବିଜ୍ଞପ୍ତିରେ ଆହୁରି କୁହାଯାଇଛି
ଯେ ଉଭୟ ପକ୍ଷର ଆବଶ୍ୟକୀୟଚୁକ୍ତି ଉପରେ ସ୍ୱାକ୍ଷର ଓ ଟ୍ରାଞ୍ଜାକ୍ସନପ୍ରକ୍ରିୟା ଆଦି ଆବଶ୍ୟକ କାର୍ଯ୍ୟସରିବା ପରେ ୱିଷ୍ଟ୍ରନ ଗୁରୁତ୍ୱପୂର୍ଣ୍ଣଘୋଷଣା କରିବ ବୋଲି କମ୍ପାନୀ
କହିଛି । କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖରତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦଦେଇଛନ୍ତି । ଦୂର ଦୃଷ୍ଟି ସମ୍ପନ୍ନପିଏଲ୍ଆଇ ସ୍କିମ୍ ଯୋଗୁ ଭାରତ
ବିଶ୍ୱରେ ବିଶ୍ୱାସ ଯୋଗ୍ୟ ଓ ବଡ଼ସ୍ମାର୍ଟଫୋନ୍ ମାନୁଫେକ୍ଚରିଂ ଓରପ୍ତାନୀ ହବ୍ ହେବାକୁ ଯାଉଛିବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.