ରୋଜଗାର ମେଳା: ୫୧ ହଜାର ଯୁବକଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର

0 88

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରଶନିବାର ଆୟୋଜିତ ହେବାକୁ ଥିବାରୋଜଗାର ମେଳାରେ, ବିଭିନ୍ନ ସରକାରୀବିଭାଗରେ ନିଯୁକ୍ତି ପାଇଁ ୫୧ ହଜାରଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଦିନ
୧ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓକନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେଯୋଡ଼ିହେବେ । ଏହି ଅବସରରେ ସେଯୁବକଙ୍କୁ ଉଦ୍ବୋଧନ ମଧ୍ୟ ଦେବେ ।ସମୁଦାୟ ୩୭ ସ୍ଥାନରେ ରୋଜଗାର
ମେଳାର ଆୟୋଜନ କରାଯିବ । ଦେଶରବିଭିନ୍ନ ସରକାରୀ ବିଭାଗ, ଯେମିତିକି ରେଳମନ୍ତ୍ରାଳୟ, ଡାକ ବିଭାଗ, ଗୃହ ମନ୍ତ୍ରାଳୟ,ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟବିଭାଗ ଇତ୍ୟାଦିରେ ସାମିଲ୍ କରାଯିବ ।
ନିଯୁକ୍ତ କରାଯିବାକୁ ଥିବା ସରକାର କର୍ମଚାରୀଙ୍କୁକର୍ମାଯୋଗୀ ପୋର୍ଟାଲ ମାଧ୍ୟମରେ ନିଜକୁପ୍ରଶିକ୍ଷିତ କରିବାକୁ ଅବସର ମିଳିବ । ଏଥିପାଇଁ୭୫୦ରୁ ଅଧିକ ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ
ରହିଛି । ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୨ରେପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁମିଶନ ମୋଡରେ ସରକାରୀ ଚାକିରି ଦିଆଯିବ
ଆଗାମୀ । ପ୍ରଧାନମନ୍ତ୍ରୀ ନିଜେ, ସରକାରୀମନ୍ତ୍ରାଳୟ ଏବଂ ବିଭାଗରେ ଖାଲି ପଦବୀରସମୀକ୍ଷା କରିବା ପରେ ନିଯୁକ୍ତି ନେଇ କହିଥିଲେ ।

Leave A Reply

Your email address will not be published.