ବିଦାୟୀ ରାଜ୍ୟପାଳ ଗଣେଶୀ ଲାଲ…

0 53

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଓଡିଶାରୁବିଦାୟ ନେଇଛନ୍ତି ପ୍ରଫେସର ଗଣେଶୀଲାଲ୍ । ବିଦାୟ ବେଳେ ରାଜଭବନରେ
ଦିଆଯାଇଥିଲା ଗାର୍ଡ ଅଫ ଅନର ।ବିମାନ ବନ୍ଦରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ବିଦାୟୀ ସମର୍ଦ୍ଧନାଦେଇଥିଲେ । ଗୁରୁବାର ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଓଡ଼ିଶାଛାଡ଼ିବା ବେଳେ ଭାବବିହ୍ୱଳହୋଇପଡିଥିଲେ ପ୍ରଫେସର ଗଣେଶୀ
ଲାଲ୍ । ଶ୍ରୀଜଗନ୍ନାଥଙ୍କ ମାଟିରେ ଯିଏଜନ୍ମ ନେଇଛି ସେ ଭାଗ୍ୟବାନ ବୋଲିକହିଥିଲେ । ଶ୍ରୀଜଗନ୍ନାଥଙ୍କ ମାଟି ସହିତ
୫ ବର୍ଷର ସଂପର୍କ । ଆଜି ଏହି ସମ୍ପର୍କକୁଅଲଗା କରି ଯିବା ସମୟରେଭାବବିହ୍ୱଳ ହୋଇଯାଇଥିଲେ ବିଦାୟୀରାଜ୍ୟପାଳ । କିଛି ଏଭଳି ସ୍ଥିତି ସୃଷ୍ଟି
ହୋଇଥିଲା । ଶୁକ୍ରବାର ବିଦାୟ ପୂର୍ବରୁରାଜଭବନରେ ପ୍ରଫେସର ଗଣେଶୀଲାଲଙ୍କୁ ଗାର୍ଡ ଅଫ ଅନରଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସରଗଣେଶୀ ଲାଲଙ୍କ ବିଦାୟ ସମୟରେ
ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଓ ବହୁ ବିଶିଷ୍ଟ ବ୍ୟକ୍ତିଗଣ ।ବିମାନ ବନ୍ଦରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ବିଦାୟୀ ସମର୍ଦ୍ଧନା
ଦେଇଥିଲେ । ସାଥିରେ ରହିଥିଲେସାଂସଦ ଅପରାଜିତା ଷଡଙ୍ଗୀ ।ଏହି ସମୟରେ ଭାବବିହ୍ୱଳହୋଇପଡିଥିଲେ ପ୍ରଫେସର ଗଣେଶୀଲାଲ୍ ।
କହିଥିଲେ ଓଡ଼ିଶା ମୋର ଜ୍ଞାନଓ ଚେତନାକୁ ସମୃଦ୍ଧ କରିଛି । ସେକହିଛନ୍ତି ଶ୍ରୀଜଗନ୍ନାଥଙ୍କ ମାଟିରେ ଯିଏ
ଜନ୍ମ ନେଇଛି ସେ ଭାଗ୍ୟବାନ ମୁଁଓଡିଶାକୁ ଭୁଲିପାରିବି ନାହିଁ । ସେପଟେଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳରଘୁବର ଦାସ ଆସନ୍ତା ୨୯ ତାରିଖ
ଦିନ ଭୁବନେଶ୍ୱରରେ ପହଞ୍ଚିବେ ।୩୦ ତାରିଖ ଦିନ ବିଭିନ୍ନ ବର୍ଗରଲୋକଙ୍କୁ ଭେଟିବା ସହ ପୁରୀ ଯାଇଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧
ତାରିଖରେ ନୂଆ ରାଜ୍ୟପାଳ ଭାବେଦାୟିତ୍ୱ ନେବେ ରଘୁବର ଦାସ ।ସେପଟେ ସାଂସଦ ଅପରାଜିତାଷଡଙ୍ଗୀ କହିଛନ୍ତି ପ୍ରଫେସର
ଗଣେଶୀ ଲାଲ କହିଛନ୍ତି ବହୁତପରିପକବ, ଜ୍ଞାନୀ ଲୋକ । ତାଙ୍କୁଓଡିଶା ସବୁବେଳେ ମନେ ରଖିବ ।ଉଲ୍ଲେଖଯୋଗ୍ୟ ଯେ, ୨୦୧୮
ମସିହା ମେ’ ୨୯ରେ ଓଡ଼ିଶାରାଜ୍ୟପାଳ ଭାବେ ଦାୟିତ୍ୱନେଇଥିଲେ ପ୍ରଫେସର ଗଣେଶୀଲାଲ୍ । ଏହାରି ଭିତରେ ପାଞ୍ଚ ବର୍ଷ
ପାଞ୍ଚ ମାସ କାର୍ଯ୍ୟ କରିଛନ୍ତିପ୍ରଫେସର ଗଣେଶୀ ଲାଲ୍ । ଗୁରୁବାରରାଜଭବନ ପକ୍ଷରୁ ଗଣେଶୀ ଲାଲଙ୍କୁବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.