ଗୋଆରେ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0 49

ପଣଜୀ, ୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବୁଧବାର ଗୋଆର ମଡ଼ଗାଓ ସ୍ଥିତପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ
କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହିକ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକକ୍ରୀଡ଼ାବିତ ଅଂଶଗ୍ରହଣ କରିବେ, ଯେଉଁମାନେ
୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ାବର୍ଗରେ ଭାଗ ନେବେ । ସମାରୋହକୁସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୋଆବାସୀଙ୍କୁଅଭିନନ୍ଦନ ଜଣାଇବା ସହ ୩୭ତମ ଜାତୀୟ
କ୍ରୀଡ଼ା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଦେଶରକ୍ରୀଡ଼ା କ୍ଷେତ୍ରରେ ଗୋଆର ଅବଦାନ ଉପରେପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂଫୁଟବଲ ପ୍ରତି ଗୋଆର ଭଲପାଇବା
ବିଷୟରେ ଉଲ୍ଲେଖ କରିଥିଲେ । କ୍ରୀଡ଼ାପ୍ରିୟଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ ହେବାଉତ୍ସାହଜନକ ବୋଲି ସେ କହିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି
କହିଥିଲେ, ଜାତୀୟ କ୍ରୀଡ଼ା ଏଭଳି ଏକସମୟରେ ଆୟୋଜନ ହେଉଛି ଯେତେବେଳେଦେଶ କ୍ରୀଡ଼ା ଜଗତରେ ନୂଆ ସଫଳତା ହାସଲକରୁଛି । ଏସୀୟ କ୍ରୀଡ଼ାରେ ୭୦ ବର୍ଷର ରେକର୍ଡ
ଭାଙ୍ଗିଥିବା ସଫଳତା ବିଷୟରେ ସେ ଉଲ୍ଲେଖକରିବା ସହ ଚଳିତ ଏସୀୟ ପାରା ଗେମ୍ସବିଷୟରେ ମଧ୍ୟ କହିଥିଲେ । ଯେଉଁଠାରେପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରି ଦେଶରକ୍ରୀଡ଼ାବିତ୍ମାନେ ୭୦ରୁ ଅଧିକ ପଦକ ହାସଲ
କରିଥିବା ସେ କହିଥିଲେ । ସେ ନିକଟରେଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ,ଯେଉଁଠାରେ ଭାରତ ଇତିହାସ ରଚିଥିଲା । କ୍ରୀଡ଼ା
ଜଗତରେ ଭାରତର ସାମ୍ପ୍ରତିକ ସଫଳତାପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ ।ଜାତୀୟ କ୍ରୀଡ଼ାକୁ ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ
ପାଇଁ ଏକ ଦୃଢ଼ ଲଞ୍ଚପ୍ୟାଡ୍ ବା ମୂଳଦୁଆ ଭାବେଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଲାଗିରହିଥିବା ଥିବା ବିଭିନ୍ନ ସୁଯୋଗ ଉପରେଆଲୋକପାତ କରିଥିଲେ । ଖେଳାଳୀମାନଙ୍କୁନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ
କରିଥିଲେ । ଭାରତରେ ପ୍ରତିଭାର ଅଭାବ ନାହିଁଏବଂ ବଞ୍ଚିତ ସତ୍ତ୍ୱେ ଦେଶ ·ମ୍ପିୟନ ସୃଷ୍ଟିକରିଛି, ତଥାପି ପଦକ ତାଲିକାରେ ଖରାପପ୍ରଦର୍ଶନ ସର୍ବଦା ଦେଶବାସୀଙ୍କୁ ମାନ୍ୟତା
ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇକହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀକ୍ରୀଡ଼ା ଭିତ୍ତିଭୂମି, ଚୟନ ପ୍ରକ୍ରିୟା,କ୍ରୀଡ଼ାବିତ୍ମାନଙ୍କ ପାଇଁ ଆର୍ଥିକ ସହାୟତାଯୋଜନା, ପ୍ରଶିକ୍ଷଣ ଯୋଜନା ଏବଂ ସମାଜର
ମାନସିକତାରେ ୨୦୧୪ ପରେ ଆସିଥିବାପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଥିଲେ ।ଏହିପରି ଭାବେ ଆମେ କ୍ରୀଡ଼ା କ୍ଷେତ୍ରରେଗୋଟିଏ ପରେ ଗୋଟିଏ ବାଧକ ଦୂର
କରିଥିଲୁ । ପ୍ରତିଭା ଆବିଷ୍କାରଠାରୁ ଆରମ୍ଭ କରିଅଲିମ୍ପିକ୍ସ ପୋଡିୟମ୍ ପର୍ଯ୍ୟନ୍ତ ସରକାର ଏକରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲିପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ
ଗୋଆର ରାଜ୍ୟପାଳ ପିଏସ୍ ଶ୍ରୀଧରନ ପିଲ୍ଲାଇ,ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରକ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂଠାକୁର ଏବଂ ଭାରତୀୟ ଅଲିମ୍ପିକ୍ ସଂଘରସଭାପତି ଡ. ପିଟି ଉଷା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.