ଦାୟିତ୍ୱ ନେବା ପରେ ଶ୍ରୀକ୍ଷେତ୍ରରେ ୫-ଟି ସଚିବ ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରକଳ୍ପ କାମ ସାରିବାକୁ ନିଦେ୍ର୍ଦଶ

0 58

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଶନିବାର ବଡ଼ି ଭୋରରୁ ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମାପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହି
ନିଦେ୍ର୍ଦଶ ଦେଇଛନ୍ତି । ତେବେ ପୁରୀ ସହରରବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତିତା’କୁ ସବୁସ୍ତରରେ ସ୍ୱାଗତ କରାଯାଇଛି ।
ବିଜୁ ଯୁବ ଜନତା ଦଳର ଉପସଭାପତିଶୁଭାଶିଷ ଖୁଣ୍ଟିଆ ଓ ଶ୍ରୀମନ୍ଦିରର ବରିଷ୍ଠସେବାୟତ ୫-ଟି ତଥା ନବୀନ ଓଡ଼ିଶାଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶୁଭେଛା
ଜଣାଇଥିବା ବେଳେ ମହାପ୍ରଭୁ ତାଙ୍କୁସଦାସର୍ବଦା ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନାକରିଛନ୍ତି । ବାତ୍ୟା ଫନି ପରେ ଶ୍ରୀକ୍ଷେତ୍ରସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଥିଲା । ତେବେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁସ୍ୱପ୍ନ ଦେଖିଥିବା ବେଳେ ତାହା ଏବେବାସ୍ତବ ରୂପ ନେବାକୁ ଯାଉଛି । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଧିମା ଗତିରେ
·ଲୁଥିବା ବେଳେ ଏହାକୁ ଜୋରଦାର କରିବା ପାଇଁ ଟାଟା ଓ ଓବିସିସି ଅଧିକାରୀଙ୍କୁ ନିଦେ୍ର୍ଦଶଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ । ଶ୍ରୀ ପାଣ୍ଡିଆନଙ୍କ ପରିକ୍ରମା ପ୍ରକଳ୍ପ ନିର୍ମାଣ
କାର୍ଯ୍ୟ ଅନୁଧ୍ୟାନ ସମୟରେ ଓବିସିସି ଡାଇରେକ୍ଟର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପିଡଃ କନୱର ବିଶାଳ ସିଂ, ଟାଟା ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ
ଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କଉଦେ୍ଦଶ୍ୟରେ ଏହାକୁ ଉତ୍ସର୍ଗ କରାଯିବ ।

Leave A Reply

Your email address will not be published.