ସଫଳତାର ଚାବିକାଠି ସଂଘର୍ଷ : ଡ. ଅଚୁ୍ୟତ ସାମନ୍ତ

0 68

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଜୟଦେବ ଭବନ ପରିସରଗୀତଗୋବିନ୍ଦ ସଦନରେ ବିଶ୍ୱମୁକ୍ତିପକ୍ଷରୁ ଶାରଦୀୟ ବନ୍ଧୁମିଳନ ଓ ପୁସ୍ତକଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ତଥା କନ୍ଧମାଳ ସାଂସଦଡ. ଅଚୁ୍ୟତ ସାମନ୍ତଙ୍କ ଜୀବନୀ ଉପରେମୀନତିବାଳା ସାମନ୍ତରାୟଙ୍କ ରଚିତ‘ପତ୍ର ଗୋଟାଳିରୁ ସାଂସଦ: ଆମ ପ୍ରିୟଅଚୁ୍ୟତ ସାମନ୍ତ’ ପୁସ୍ତକ ଉନ୍ମୋଚିତହୋଇଛି । ଏହି କାର୍ଯ୍ୟକ୍ରମରେ ସାଂସଦଡକ୍ଟର ଅଚୁ୍ୟତ ସାମନ୍ତ, ପୂର୍ବତନସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ଭୁବନେଶ୍ୱର-କଟକ ପୋଲିସକମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ,ଓଡ଼ିଶା ଭାଷାସାହିତ୍ୟ ସଂସ୍କୃତି ବିଭାଗରଅତିରିକ୍ତ ମୁଖ୍ୟ ଶାସନ ସଚିବସତ୍ୟବ୍ରତ ସାହୁ, ପୂର୍ବତନ ମନ୍ତ୍ରୀଦେବେନ୍ଦ୍ର ମାନସିଂ, ଓଡ଼ିଆ ଭାଷାଗବେଷଣା ପ୍ରତିଷ୍ଠାନର ନିଦେ୍ର୍ଦଶକପ୍ରଫେସର ବସନ୍ତ ପଣ୍ଡା, ବିଶିଷ୍ଟ ଚିତ୍ରଶିଳ୍ପୀପ୍ରଫେସର ବଳଦେବ ମହାରଥା ଏବଂଜନଜାତି କବି ମକରଧ୍ୱଜ ନାୟକ ପ୍ରମୁଖଉପସ୍ଥିତ ଥିଲେ । ଏହି ଅବସରରେପୁସ୍ତକର ରଚୟିତା ଶ୍ରୀମତୀ ସାମନ୍ତରାୟକହିଥିଲେ ଯେ, ଜଣେ ଛୋଟ ବେଳୁଖାଦ୍ୟ ପାଇଁ ସଂଘର୍ଷ କରିବା ସହିତ ଶିକ୍ଷାଠାରୁ ଦୂରରେ ରହି ଆଜି ଅନ୍ୟ ପାଇଁଶିକ୍ଷାବର୍ତ୍ତିକା ସାଜିଛନ୍ତି ସେଭଳି ବିରଳବ୍ୟକ୍ତିତ୍ୱ ହେଉଛନ୍ତି ଅଚୁ୍ୟତ ସାମନ୍ତ । ସେଖାଲି ଆମ ରାଜ୍ୟ ପାଇଁ କି ଦେଶ ପାଇଁନୁହେଁ ସମଗ୍ର ବିଶ୍ୱ ପାଇଁ ଆଜିଉଦାହରଣ । ଶିକ୍ଷାର ପ୍ରଦୀପ, ଜନଜାତିରଜନନାୟକ ଶ୍ରୀ ସାମନ୍ତ ଆଜି ନିସ୍ପେଷିତ୬୨ ପ୍ରଜାତିର ଜନଜାତିଙ୍କୁ କିଟ୍ ଓ କିସ୍ଭଳି ସଂସ୍ଥାରେ ନିୟୋଜିତ କରିସେମାନଙ୍କୁ ଦକ୍ଷ କରିପାରିଛନ୍ତି ଏହାକେବଳ ଏକ ମହାମାନବର କାର୍ଯ୍ୟ ।ସମସ୍ତେ ଧନ ଅର୍ଜନ କରନ୍ତି କିନ୍ତୁ ଯିଏଧନ ଅର୍ଜନ କରି ତାକୁ ଦାନ କରେସେଭଳି ବ୍ୟକ୍ତି ସମାଜରେ ବିରଳ । ଆମେସମସ୍ତେ ବସ୍ତୁବାଦ ଦୁନିଆରେ ବାନ୍ଧି ହୋଇଯାଉଥିବା ବେଳେ ଡକ୍ଟର ସାମନ୍ତ କିନ୍ତୁଅନ୍ୟକୁ ସାହାଯ୍ୟ କରି ଆନନ୍ଦ ପାଆନ୍ତି ।ଏହି ଅବସରରେ କିଟ୍ ଓ କିସ୍ରପ୍ରତିଷ୍ଠାତା ତଥା ସାଂସଦ ଶ୍ରୀ ସାମନ୍ତବିଶ୍ୱମୁକ୍ତି ସଂସ୍ଥା ଏବଂ ପୁସ୍ତକ ରଚୟିତାଶ୍ରୀମତୀ ସାମନ୍ତରାୟଙ୍କୁ ଧନ୍ୟବାଦଜଣାଇବା ସହିତ ଏହି ବହିଟି ଯୁବପୀଢ଼ିଙ୍କଉପରେ ନିଶ୍ଚିତ ଭଲ ପ୍ରଭାବ ପକାଇବବୋଲି କହିଥିଲେ । ହତୋତ୍ସାହିତ ନ ହୋଇଜୀବନରେ ସଂଘର୍ଷ କଲେ ଜଣେସଫଳତାର ଶୀର୍ଷରେ ପହଞ୍ଚି ପାରିବଏହାହିଁ ହେଉଛି ଏହି ପୁସ୍ତକର ମୂଳ କଥା ।ବାଲ୍ୟ ଜୀବନରୁ କିଭଳି ମୁଁ ସଂଘର୍ଷ କରିଆଜି ଏହି ସ୍ଥାନରେ ପହଞ୍ଚିଛି ତାହା ଏହିପୁସ୍ତକରେ ଲେଖାଯାଇଛି । ଏହା ନିଶ୍ଚିତଯୁବପୀଢ଼ିମାନଙ୍କୁ ପ୍ରେରଣା ଯୋଗାଇବବୋଲି ଶ୍ରୀ ସାମନ୍ତ ଉଲ୍ଲେଖ କରିଥିଲେ ।ଏହି ଅବସରରେ ଡକ୍ଟର ସାମନ୍ତଙ୍କୁନିଖିଳ ଓଡ଼ିଆ ପାଇକ ମହାସଂଘପକ୍ଷରୁ ‘କଳିଙ୍ଗବୀର’ ସମ୍ମାନରେସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.