୬୨ ହଜାର ଟପିଲା ସୁନା ଦର

0 56

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ୱର ପୁଞ୍ଜିବଜାର ଅସ୍ଥିର ହୋଇପଡିଛି । ଏଭଳିସମୟରେ କେଉଁଥିରେ ନିବେଶକରିବେ ତାହା ଏବେ ନିବେଶକଙ୍କପାଇଁ ବଡ଼ ଚିନ୍ତାର ବିଷୟ । ଏହି ଅସ୍ଥିର
ବଜାର କାରବାର ମଧ୍ୟରେ ସୁନା ହିଁଏକ ମାତ୍ର ନିବେଶ ବିକଳ୍ପ ।ଏହାମଧ୍ୟରେ ବଜାରରେ ସୁନା ମୂଲ୍ୟ୧୦ ଗ୍ରାମ(୨୪ କ୍ୟାରେଟ୍) ପିଛା୬୨ ହଜାର ଟପିଛି । ଆଜିକୋଲକାତାରେ ୨୪ କ୍ୟାରେଟ୍ ସୁନା
ଦର ୬୨ ହଜାର ୭୦୫ ରହିଛି ।ତେବେ ରୁପା ମୂଲ୍ୟ ମଧ୍ୟ କିଲୋ ପିଛା୭୫, ୦୦୦ ଟଙ୍କା ଅତିକ୍ରମକରିଯାଇଛି । ଯଦି ଆମେ ଅକ୍ଟୋବରମାସ କଥା ବିଚାର କରିବା ତେବେ
କେବଳ ଏହି ମାସରେ ବଜାରରେସୁନା ଦର ୩୦୦୦ ଟଙ୍କା ବୃଦ୍ଧିପାଇଛି ।ପାର୍ବଣରେ ସୁନା ମୂଲାରେଏଭଳି ବୃଦ୍ଧି ଏବେ ଲୋକଙ୍କ ଚିନ୍ତାବଢାଉଛି । କାରଣ ଆଗକୁ ବିବାହ
ଋତୁ ରହିଛି । ଯଦି ଦର ଏଭଳି ଭାବେବୃଦ୍ଧି ଘଟେ ତେବେ ଆଗାମୀ ଦିନରେଏହା ନିଶ୍ଚିତ ଭାବେ ୧୦ ଗ୍ରାମ ପିଛା୭୦,୦୦୦ ଟଙ୍କା ସ୍ତର ଛୁଇଁବ ।ଆଗକୁ ଗଜଲକ୍ଷ୍ମୀ ପୂଜା ଆଉ
ଦୀପାବଳୀ ଆସୁଥିବା ବେଳେଅନେକ ଗ୍ରାହକ ସୁନା କିଣିବା ପାଇଁମନ ବଳାଇଥିବେ, କିନ୍ତୁ ସୁନାର ଏହିଦର ଗ୍ରାହକଙ୍କ ମନରେ ସଙ୍କୋଚ ଆଣିଦେଇଛି । ଗତକାଲି ନୂଅ ।ଦିଲ୍ଲୀର
ବଜାରରେ ୨୨ କ୍ୟାରେଟ ସୁନା ମୂଲ୍ୟ୧୦ ଗ୍ରାମ ପ୍ରତି ୫୬,୮୦୦ ଟଙ୍କାରହିଥିବାବେଳେ ଆଜି ଏହା୫୭,୮୦୦ ହୋଇଯାଇଛି । ଠିକ୍ସେହିଭଳି ରାଜଧାନୀ ଭୁବନେଶ୍ୱରରେଗତକାଲି ୨୨ କ୍ୟାରେଟ୍
ସୁନା ମୂଲ୍ୟ୧୦ ଗ୍ରାମ ପ୍ରତି ୫୬,୭୦୦ ଟଙ୍କାଥିବା ବେଳେ ଆଜି ତାହା ୫୬,୮୦୦ହୋଇଯାଇଛି । ଅନ୍ୟପଟେ ଦେଶରପ୍ରମୁଖ ସହରମାନଙ୍କରେ ବି ସୁନାଦରବଢିଛି । ମୁମ୍ବାଇରେ ୨୨କ୍ୟାରେଟ୍ ଓ ୨୪ କ୍ୟାରେଟ୍ମୂଲ୍ୟ
୫୬,୮୦୦ ଟଙ୍କା ଓ ୬୧,୯୬୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ୫୬,୯୫୦ ଟଙ୍କା ଓ ୬୨,୧୧୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖସହର ଚେନ୍ନାଇରେ ୨୨ କ୍ୟାରେଟ
ମୂଲ୍ୟ ୫୬,୭୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ମୂଲ୍ୟ୬୨,୨୦୦ ଟଙ୍କା ଥିବା ରେକର୍ଡହୋଇଛି । ପୂର୍ବ ଭାରତର ପ୍ରମୁଖସହର କୋଲକାତାରେ ଯଥାକ୍ରମେ୫୬,୮୦୦ ଟଙ୍କା ଓ ୬୧,୯୬୦
ଟଙ୍କା ରହିଛି । ସେହିପରି ରୁପା ମୂଲ୧ କିଲୋଗ୍ରାମ ପ୍ରତି ୭୫,୧୦୦ଟଙ୍କା ରହିଥିବା ନେଇହୋଇଛି । ପ୍ରତିଦିନ ଏପରି ଭାବେସୁନା ଦର ହୁହୁ ହୋଇ ବଢୁଥିବା ଦେଖିଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି ।

Leave A Reply

Your email address will not be published.