ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବିଶ୍ୱରେ ଅଗ୍ରଣୀ

0 53

ନୂଆଦିଲ୍ଲୀ: ଭାରତର କୌଣସିଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେଦୃଷ୍ଟି ଆକର୍ଷଣ କରିଥାଏ ତାହାନିଃସନେ୍ଦହରେ ୟୁପିଆଇ ବାୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ।ସମ୍ପ୍ରତି ଭାରତର ୪୦ %ରୁ ଅଧିକ
ଆର୍ଥିକ ଦେଣନେଣ ଡିଜିଟାଲମାଧ୍ୟମରେ ହେଉଛି । ସେଥିରୁଅଧିକାଂଶ କାରବାର ୟୁପିଆଇମାଧ୍ୟମରେ କରାଯାଉଛି । ଦେଶର୩୦ କୋଟି ବ୍ୟକ୍ତି ବିଶେଷ ଓ୫କୋଟିରୁ ଅଧିକ ବ୍ୟବସାୟୀୟୁପିଆଇ ବ୍ୟବହାର କରୁଛନ୍ତି ।
ରାସ୍ତାକଡର ଉଠା ଦୋକାନ ଠାରୁଆରମ୍ଭ କରି ବୃହତ୍ ସପିଂ ମଲ୍ପର୍ଯ୍ୟନ୍ତ ସମସ୍ତେ ଏବେ ୟୁପିଆଇବ୍ୟବହାର କରୁଛନ୍ତି । ବିଶ୍ୱର ସବୁଦେଶ ମଧ୍ୟରୁ ଭାରତରେ ଡିଜିଟାଲକାରବାର ସଂଖ୍ୟା ସର୍ବାଧିକ ।
୨୦୨୨ ତଥ୍ୟ ଅନୁସାରେଭାରତରେ ମୋଟ ଦେଣନେଣର୪୬ ଶତାଂଶ ଡିଜିଟାଲ ବ୍ୟବସ୍ଥାମାଧ୍ୟମରେ ହୁଏ । ଭାରତ ପରେ ଏକ୍ଷେତ୍ରରେ କ୍ରମଗତ ଭାବେ ପଛକୁପଛ ରହିଛନ୍ତି ବ୍ରାଜିଲ, ଚୀନ,ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ ।
୨୦୧୬ରେ ଭାରତରେ ମାତ୍ର୧୦ଲକ୍ଷ ଡିଜିଟାଲ ଟ୍ରାଞ୍ଜାକସନହୋଇଥିବାବେଳେ ଏବେ ୟୁପିଅ ।ଇମାଧ୍ୟମରେ କାରବାର ସଂଖ୍ୟା୧୦ବିଲିୟନ ବା ୧୦୦୦ କୋଟିଅତିକ୍ରମ କରିଛି । ୟୁପିଆଇ ଯେଉଁସବୁଠୁ ବଡ ପରିବର୍ତ୍ତନ ଆଣିଛି
ସେଇଟି ହେଲା ଭାରତୀୟମାନେଏହାର ବ୍ୟବହାର କରୁଥିବା ଢଙ୍ଗ ବାଶୈଳୀ । ବୈଶ୍ୱିକ ଡାଟା ରିସର୍ଚ୍ଚରତଥ୍ୟ ଅନୁସାରେ ୨୦୧୭ରେଭାରତରେ ନଗଦ ଅର୍ଥ କାରବାରମୋଟ କାରବାରର ୯୦ ଶତାଂଶରୁହ୍ରାସ ପାଇ ୬୦ ଶତାଂଶରେ ପହଁଚିଥିଲା । ଏହାର ଛ’ ମାସ ମଧ୍ୟରେ୫୦୦ ଓ ୧୦୦୦ଟଙ୍କିଅ । ନୋଟ୍ପ୍ରତ୍ୟାହୃତ ହେବା ପରେ ୟୁପିଅ ।ଇରମୋଟ କାରବାର ପରିମାଣ ୨.୯ନିୟୁତରୁ ୭୨ ନିୟୁତକୁ ବୃଦ୍ଧିପାଇଥିଲା । ୨୦୧୭ ଶେଷ ସୁଦ୍ଧାୟୁପିଅ ।ଇ ଟ୍ରାଞ୍ଜାକସନ୍ ତା’ ପୂର୍ବବର୍ଷତୁଳନାରେ ୯୦୦ ଶତାଂଶବଢିଥିଲା । ସେବେଠାରୁ ଭାରତରେୟୁପିଆଇ ଟ୍ରାଞ୍ଜାକସନ କାରବାର ହାରବଢିବାରେ ଲାଗିଛି । ୟୁପିଅ ।ଇଅତ୍ୟନ୍ତ ବ୍ୟବହାର ଅନୁକୂଳ । ଏହାକୁବ୍ୟବହାର କରିବା ଏତେ ସହଜ ଯେଯାହା ବିଶ୍ୱାସ କରିବା କଷ୍ଟ । ଏକଭର୍ଚୁଆଲ ପେମେଣ୍ଟ ଆଡ୍ରେସ(ଭିପିଏ) ବ୍ୟବହାର କରିବ୍ୟବହାରକାରୀ ୟୁପିଏ ମାଧ୍ୟମରେଅର୍ଥ ପ୍ରେରଣ କରି ପାରିବେ । ଏହିବ୍ୟବସ୍ଥାରେ ପ୍ରେରକଙ୍କୁ ନିଜରସମ୍ବେଦନଶୀଳ ବ୍ୟାଙ୍କ ତଥ୍ୟାବଳୀଦେବାର ଆବଶ୍ୟକତା ନାହିଁ । ଏହିପ୍ରକ୍ରିୟାଟି ସ୍ମାର୍ଟଫୋନରେ “ଟେକ୍ସଡମେସେଜ୍’ ପଠାଇବା ଭଳି ଅତିସହଜ । ଏହାର ପ୍ରଭାବ କେତେଅଧିକ ତାହାକୁ କଳନା କରିବା କଷ୍ଟ ।ୟୁପିଆଇ ଅଭିବୃଦ୍ଧି ଯୋଗୁଁ ନଗଦକାରବାର ପରିମାଣ କେବଳ ହ୍ରାସପାଇନାହିଁ, ଏହା ମଧ୍ୟ ଅନ୍ୟାନ୍ୟଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରଚାହିଦା ହ୍ରାସ କରିଛି । ୟୁପିଆଇ ମଧ୍ୟପ୍ରିପେଡ ୱାଲେଟର ଏବେକାରଆକ୍ସେସ ଶୈଳୀକୁ ବଦଳାଇଦେଇଛି । ୟୁପିଅ ।ଇ ଦିନକୁ ଦିନବିକଶିତ ଓ ଉନ୍ନତ ହେଉଥିବାରୁ ଏବଂଏଥିରେ ଇନୋଭେସନ ଅଣାଯାଉଥିବାରୁ ଏହା ଭାରତର ଡିଜିଟାଲଭବିଷ୍ୟତକୁ ନୂଆ ରୂପ ଦେବାରେଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିବା ପ୍ରାୟ ନିଶ୍ଚିତ । ଏହାର ବହୁଳବ୍ୟବହାର ହିଁ ଏହାକୁ ସଫଳ କରାଏ ।ଲୋକେ ଯେତେ ଉତ୍ସାହିତ ହୋଇଏହି ଡିଜିଟାଲ କାରବାର ମାଧ୍ୟମକୁଗ୍ରହଣ କରିବେ । ତାହା ସେତେସଫଳ ହେବ । ଏହା ଅବଶ୍ୟ ସତ୍ୟଯେ ଉତ୍ତମ ଭିତ୍ତିଭୂମି ଓବିଶ୍ୱାସଯୋଗ୍ୟ ବ୍ୟବସ୍ଥା ବିନା ଏହାଲୋକପ୍ରିୟତା ହାସଲ କରିବା କଷ୍ଟ ।ତେଣୁ ଉତ୍ତମ ଭିତ୍ତିଭୂମି ଏ କ୍ଷେତ୍ରରେଏକ ମୌଳିକ ଆବଶ୍ୟକତା । ନଗଦପରିବର୍ତ୍ତେ ଲୋକେ ଯଦି ଡିଜିଟାଲପେମେଣ୍ଟ ଉପରେ ଅଧିକ ନିର୍ଭରକରିବେ ତେବେ ଏହାର ଅଭିବୃଦ୍ଧିସୁନିଶ୍ଚିତ । ବ୍ୟବହାର ପରିବର୍ତ୍ତନରେବ୍ୟବସ୍ଥାର ସୁବିଧା ସୁଯୋଗସହଜରେ ମିଳିବା ଏବଂ ଏହାଭରସାଯୋଗ୍ୟ ହେବା ବିଶେଷଗୁରୁତ୍ୱ ରଖେ । ସେଥି ପାଇଁ ଏକ୍ଷେତ୍ରରେ ଉନୋଭେସନରେଉପଯୁକ୍ତ ଦୂରଦୃଷ୍ଟି ରହିବାବାଂଛନୀୟ । ଡିଜିଟାଲ ପେମେଣ୍ଟବ୍ୟବସ୍ଥା ଏହାର ବ୍ୟବହାରକାରୀଙ୍କପାଇଁ ପ୍ରାସଙ୍ଗିକ ହେବା ସବୁଠୁଗୁରୁତତ୍ୱପୂର୍ଣ୍ଣ । ସୁତରାଂ ଏକ ଭଏସବକ୍ସରୁ “ସିରି’ ସଦୃଶ ସ୍ୱରରେତକ୍ରାଳ ଘୋଷଣା ହେବା ଉଚିତ ଯେକୁ୍ୟଆର କୋଡରେ ଆପଣପଠାଇଥିବା ନିର୍ଦ୍ଦିଷ୍ଟ ପରିମାଣର ଟଙ୍କାପ୍ରାପ୍ତ ହୋଇଛି । ଏହା ଦ୍ୱାରା ଷ୍ଟ୍ରିଟଭେଣ୍ଡର ଓ କ୍ଷୁଦ୍ର ବ୍ୟବସାୟୀମାନେଦେଣନେଣ କ୍ଷେତ୍ରରେ ଉପୁଜୁଥିବାଅବିଶ୍ୱାସର ବାତାବରଣରୁ ମୁକ୍ତହୋଇପାରିବେ । ଯେକୌଣସିବ୍ୟାଙ୍କରେ ଆକାଉଣ୍ଟ ଥିବା ବ୍ୟକ୍ତିୟୁପିଆଇ ପେମେଣ୍ଟକୁ ଆକ୍ସେସ୍କରିପାରିବାର ସୁଯୋଗ ପାଇବାଉଚିତ । ୟୁପିଆଇ ସହିତ ରୁପେକ୍ରେଡିଟ୍ କାର୍ଡକୁ ସମନ୍ୱିତକରାଯିବା ଫଳରେ ଡିଜିଟାଲପେମେଣ୍ଟ କ୍ଷେତ୍ରରେ ଏକବୈପ୍ଲବିକ ପରିବର୍ତ୍ତନ ଆସିଛି ।

Leave A Reply

Your email address will not be published.