ନୂଆ ବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

0 71

କଟକ,୨୯ା୧୦(ଡିକେ ନୁ୍ୟଜ):ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପରଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ । ଆଜି ଭୋରରୁ ତ୍ରିଶୂଳିଆରେପହଞ୍ଚି ଭୁବନେଶ୍ୱର- କଟକ ମେଟ୍ରୋପ୍ରକଳ୍ପର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ
ଭିକେ ପାଣ୍ଡିଆନ । ତ୍ରିଶୂଳିଆରେ ପ୍ରସ୍ତାବିତମେଟ୍ରୋ ରେଳ ଷ୍ଟେସନ ଟର୍ମିନାଲ ଏବଂଡିପୋ ବୁଲି ଦେଖିଛନ୍ତି । ମେଟ୍ରୋ ରେଳ
ପ୍ରକଳ୍ପର ଠିକ୍ ସମୟରେ ନିର୍ମାଣ କାର୍ଯ୍ୟଆରମ୍ଭ ଉପରେ ଆଲୋଚନା କରିଛନ୍ତି । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରସ୍ତାବିତ
ମେଟ୍ରୋ ଟର୍ମିନାଲ ଓ ତ୍ରିଶୁଳିଆ ଡିପୋରେପହଞ୍ଚି ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ଓକଟକ ପାଇଁ ତ୍ରିଶୁଳିଆ ହେବ ପରିବହନର
ହବ୍ । ଏହି ଅବସରରେ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେନିଦେ୍ର୍ଦଶ ଦେଇଛନ୍ତି । ୫-ଟି ନୀତି
ଆଧାରରେ ନିର୍ଦ୍ଧାରିତ ସମୟ ମଧ୍ୟରେପ୍ରକଳ୍ପ କାର୍ଯ୍ୟ ସାରିବାକୁ ଭି.କେ. ପାଣ୍ଡିଆନନିଦେ୍ର୍ଦଶ ଦେଇଛନ୍ତି । ଗତ ଏପ୍ରିଲ ୧ ତାରିଖ
ଉକ୍ରଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହିପ୍ରକଳ୍ପର ଡିପିଆରକୁ ମଞ୍ଜୁରୀ ଦେଇଥିଲେ ।ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ୱରକୁ
ସଂଯୋଗ କରୁଥିବା ମେଟ୍ରୋ ପ୍ରକଳ୍ପ ପରବର୍ତ୍ତିସମୟରେ ଖୋର୍ଦ୍ଧା ଓ ପୁରୀ ପର୍ଯ୍ୟନ୍ତସଂପ୍ରସାରିତ ହେବ । ଦିଲ୍ଲୀ ମେଟ୍ରୋ ରେଳ
କର୍ପୋରେସନ ପକ୍ଷରୁ ଏହି ପ୍ରକଳ୍ପକାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.