ଚାମ୍ପିଆନ୍ସ ଟ୍ରଫିରୁ ବାଦ୍ ପଡିଲା ୱେଷ୍ଟଇଣ୍ଡିଜ

0 84

ଦୁବାଇ, ୩୦ା୧୦ : ଭାରତରେ ·ଲିଛି ଦିନିକିଆବିଶ୍ୱକପ୍ ୨୦୨୩ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବାରଗୋଟିଏ ବର୍ଷ ପରେ ଆରମ୍ଭ ହେବ ଆଉ ଏକ
ଆଇସିସି ଇଭେଣ୍ଟ । ତାହା ହେଉଛି ଆଇସିସି ·ମ୍ପିଅନ୍ସଟ୍ରଫି ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଗାମୀ୨୦୨୫ରେ ପୁନର୍ବାର ପାଇଁ ଆୟୋଜିତ ହେବ
·ମ୍ପିଅନ୍ସ ଟ୍ରଫି । ଚଳିତଥର ପାଇଁ ପାକିସ୍ତାନକୁ ମିଳିଛିଆୟୋଜନ ଅଧିକାର । ରବିବାର ଆଇସିସି ·ମ୍ପିଅନ୍ସଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଲାଗୁ
କରାଯାଇଥିବା ନିୟମ ପୁଣି ଥରେ ମନେ ପକାଇଦେଇଛି । ଚଳିତ ଦିନିକିଆ ବିଶ୍ୱକପର ଲିଗ୍ ପର୍ଯ୍ୟାୟଶେଷ ହେବା ପରେ ପଏଣ୍ଟ ତାଲିକାର ଶ୍ରେଷ୍ଠ ୭ଟି
ଦଳ ·ମ୍ପିଅନ୍ସ ଟ୍ରଫିକୁ ସିଧାସଳଖ ଯୋଗ୍ୟତା ଅର୍ଜନକରିବେ । ଅଷ୍ଟମ ଦଳ ଭାବେ ଆୟୋଜକ ପାକିସ୍ତାନବି ଯୋଗ୍ୟତା ଅର୍ଜନ କରିବ । ୨୦୨୧ରେ ଆଇସିସି
ପକ୍ଷରୁ ୨୦୨୪-୨୦୩୧ ଟୁର୍ଣ୍ଣାମେଣ୍ଟ ଚକ୍ର ପ୍ରସ୍ତୁତକରାଯାଇଥିଲା । ସେତେବେଳେ ଯୋଗ୍ୟତା ନିୟମକୁଆଇସିସି ବୋର୍ଡ ସ୍ୱୀକୃତି ଦେଇଥିଲା । ଏହି ନିୟମ
ବିଷୟରେ ଅନେକ ବୋର୍ଡ ଅବଗତ ନଥିବା ସ୍ପଷ୍ଟକରିଛନ୍ତି । ମୋଟ୍ ୮ଟି ଦଳ ·ମ୍ପିଅନ୍ସ ଟ୍ରଫିଖେଳିବେ । ତେବେ ବର୍ତ୍ତମାନ ପଏଣ୍ଟ ତାଲିକାରେ
ବାଂଲାଦେଶ ଓ ଇଂଲଣ୍ଡ ଯଥାକ୍ରମେ ନବମ ଓଦଶମ ସ୍ଥାନରେ ରହିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ୍, ଜିମ୍ବାୱେ ଓ ଆୟର୍ଲାଣ୍ଡ ଭଳି ସ୍ଥାୟୀ ସଦସ୍ୟ
ବିଶ୍ୱକପ୍ ଖେଳୁନାହାନ୍ତି । ଫଳରେ ଏହି ଦଳଗୁଡ଼ିକୁଆଉ ସୁଯୋଗ ମିଳିପାରିବନାହିଁ । ଚଳିତବିଶ୍ୱକପରେ ଲଗାତର ଭାବେ ଇଂଲଣ୍ଡର ଦୁର୍ବଳପ୍ରଦର୍ଶନ କରି·ଲିଛି । ଯଦି ଏପରି ପ୍ରଦର୍ଶନ
କରେ, ତେବେ ଆଗାମୀ ·ମ୍ପିଆନ୍ସ ଟ୍ରଫିରୁ ଆଉଟ୍ହୋଇପାରେ ଇଂଲଣ୍ଡ ଦଳ ।

Leave A Reply

Your email address will not be published.