ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେ ଏଲ ରାହୁଲ

0 75

ଲକ୍ଷ୍ନୌ, ୩୦ା୧୦: ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍ ଷଷ୍ଠ
ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ
ଟିମ୍ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ
କ୍ରିକେଟ ଟିମ୍ ଡ୍ରେସିଂ ରୁମରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି । ଏହି ଟ୍ରେଣ୍ଡ
ଅନୁସାରେ ମ୍ୟାଚ୍ ପରେ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ଶ୍ରେଷ୍ଠ ଫିଲଡର ମେଡାଲ
ଦେଇଥାନ୍ତି । ସବୁ ମ୍ୟାଚ ପରି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଶ୍ରେଷ୍ଠ ଫିଲ୍ଡର
ଆୱାର୍ଡ ଦିଆଯାଇଛି । ଏଥର ଏହି ଆୱାର୍ଡ ପାଇଛନ୍ତି କେଏଲ ରାହୁଲ । ତା’
ପୁଣି ଭିନ୍ନ ଅନ୍ଦାଜରେ । ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯାଇଥିବା
ଇଂଲଣ୍ଡ ଏବଂ ଭାରତ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନରେ
ପରାଜୟ କରିଛି । ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମରେ ଫିଲ୍ଡିଂ କୋଚ୍
ମ୍ୟାଚ୍ ପରେ ଶ୍ରେଷ୍ଠ ଫିଲ୍ଡିଂ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିଥିଲେ ।
ଏହାପରେ ଫିଲ୍ଡିଂ କୋଚ ସବୁ ଖେଳାଳିଙ୍କୁ ବାହାରକୁ ଆଣିଥିଲେ । ଷ୍ଟାଡିୟମରେ
ଏଲଇଡି ଲାଇଟ ଜରିଆରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା କରିଥିଲେ ।
ଏହି ମ୍ୟାଚରେ କେଏଲ ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ ମିଳିଥିଲା । ଇଂଲଣ୍ଡର
୬ ଖେଳାଳି ବୋଲ୍ଡ ହୋଇଥିବା ବେଳେ ୨ ଜଣ ଏଲବିଡବ୍ଲୁୁ ଆଉଟ୍
ହୋଇଥିଲେ । ଏଥିରୁ ଗୋଟିଏ କ୍ୟାଚ୍ ଆଉଟ୍ ଏବଂ ଷ୍ଟମ୍ପିଂ ରହିଥିଲା ।
ଦୁଇଟି ଯାକ କେଏଲ ରାହୁଲ ନେଇଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ
ବ୍ୟାଟର ନିରାଶ କରିଥିଲେ, କିନ୍ତୁ ବୋଲିଂରେ କମାଲ କରିଥିଲେ ବୁମରା,
ସାମି ଏବଂ କୁଲଦୀପ ଯାଦବ । ଅଧିନାୟକ ରୋହିତ ଶର୍ମା ଏବଂ
ସୂର୍ଯ୍ୟକୁମାରଙ୍କ ଛଡା ଆଉ କେହି ଭଲ ଖେଳିପାରିନଥିଲେ । ଭାରତ ୫୦
ଓଭରରେ ମାତ୍ର ୨୨୯ ରନ ଆଉଟ୍ ହୋଇଯାଇଥିଲା । ଯାହାର ଜବାବରେ
ଇଂଲଣ୍ଡ ୧୨୯ ରନ୍ କରି ଅଲଆଉଟ ହୋଇଯାଇଥିଲା ।

Leave A Reply

Your email address will not be published.