୧ରୁ ଦିଲ୍ଲୀକୁ ପ୍ରବେଶ କରିବନି ଅନ୍ୟ ରାଜ୍ୟର ବସ୍

0 92

ନୂଆଦିଲ୍ଲୀ: ନଭେମ୍ବର ୧ରୁ ଦିଲ୍ଲୀକୁ ପ୍ରବେଶ କରିବନି ଅନ୍ୟ ରାଜ୍ୟର ବସ୍ ।
ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ଉପରେ ରୋକ୍ ଲଗାଇବାକୁ
କେଜ୍ରିୱାଲ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ, ନଭେମ୍ବର
୧ ଠାରୁ ଦିଲ୍ଲୀକୁ ଅନ୍ୟରାଜ୍ୟରୁ ଡିଜେଲ ବସ୍ପ୍ରବେଶକୁ ବ୍ୟାନ୍
କ ର । ଯ ି ବ ।ସୂଚନାଥାଉକି, ଦିଲ୍ଲୀରେଶୀତ ସହ ପ୍ରଦୂଷଣ
ସମସ୍ୟା ବଢ଼ିଥାଏ । ଏହାକୁ ଦେଖି ଜିଆରଏପି ପ୍ରଣାଳୀ ମଧ୍ୟ ଲାଗୁ କରାଯାଇଛି ।
ଆଉ ଏହି କ୍ରମରେ ଦିଲ୍ଲୀ ସରକାର ପରିବହନ ବିଭାଗ ଏକ ସର୍କୁଲାର ଜାରି
କରିଛି । ଏହି ସର୍କୁଲାର ଅନୁଯାୟୀ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ,
ହିମାଚଳ, ରାଜସ୍ଥାନ ଏବଂ ପଞ୍ଜାବରୁ ଆସୁଥିବା ଡିଜେଲ ବସ୍ରେ ରୋକ୍
ଲଗାଯାଇଛି । ତେବେ କେବଳ ବିଏସ୬ ଡିଜେଲ ବସ୍କୁ ଅନୁମତି ରହିଛି ।
ଏହା ବ୍ୟତୀତ ସିଏନଜି ଏବଂ ଇଲେକ୍ଟ୍ରିକ୍ ବସ୍ ମଧ୍ୟ ପ୍ରବେଶ କରିପାରିବେ ।
ରାଜ୍ୟର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀ ସରକାର
ୱିଣ୍ଟର ଆକ୍ସନ ପ୍ଲାନ ଅନୁଯାୟୀ ସବୁ ମାନଦଣ୍ଡ ଉପରେ କାମ କରୁଛନ୍ତି ।
ଏନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗତ ବର୍ଷ ଅକ୍ଟୋବର ୨୯ରେ
ବାୟୁମାନ ସୂଚକାଙ୍କ ୩୯୭ ଥିଲା ଅ ।ଉ ଗତକାଲି ୩୨୫ ରହିଥିଲା । ଏଥିରେ
ସୁଧାର ହୋଇଛି । ଆମେ ପ୍ରଦୂଷଣକୁ ରୋକିବା ପାଇଁ ଚେଷ୍ଟା କରୁଛୁ ।

Leave A Reply

Your email address will not be published.