‘ବୁମରା-ସାମିଙ୍କୁ କିଛି ପ୍ରଶିକ୍ଷଣ ଆବଶ୍ୟକ ହେଉନାହିଁ’

0 79

ଚେନ୍ନାଇ, ୩୦ା୧୦: ବିଶ୍ୱକପରେ କମାଲ କରୁଛନ୍ତିଭାରତୀୟ ବୋଲର । ରବିବାର ଇଂଲଣ୍ଡ ବିପକ୍ଷ ଏକହାଇଭୋଲଟେଜ ମ୍ୟାଚରେ ବୋଲରଙ୍କ ପ୍ରଦର୍ଶନଦର୍ଶନୀୟ ଥିଲା । ମହମ୍ମଦ ସାମି ୪ଟି ୱିକେଟ
ଅକ୍ତିଆର କରିଥିବା ବେଳେ ବୁମରା ୩ଟି ୱିକେଟଅକ୍ତିଆର କରିଥିଲେ । ଯଦିଓ ପ୍ରଥମରୁ ଇଂଲଣ୍ଡ ଭଲବ୍ୟାଟିଂ ଆରମ୍ଭ କରିଥିଲା ତଥାପି ସେମାନେପରବର୍ତ୍ତୀ ସମୟରେ ଭାରତୀୟ ବୋଲରଙ୍କ
ଆଗରେ ତିଷ୍ଟି ପାରିନଥିଲେ । ବୁମରା ଏବଂ ସାମିଙ୍କଘାତକ ବୋଲିଂ ଆଗରେ ଧରାଶୟୀ ହୋଇଥିଲେ ।ତେବେ ବୁମରା ଏବଂ ସାମିଙ୍କ ବୋଲିଂକୁ ନେଇନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ବୋଲିଂ କୋଚ୍
ପାରସ ମାମ୍ବ୍ରେ । ସେ କହିଛନ୍ତି କି, ସେମାନଙ୍କୁ କିଛିପ୍ରଶିକ୍ଷଣ ଆବଶ୍ୟକ ହେଉନାହିଁ । ପିଚ୍ ହିସାବରେଉଭୟ ବେଶ ଭଲ ବୋଲିଂ କରନ୍ତି । ବ୍ୟାଟ୍ସମ୍ୟାନଙ୍କୁଭଲଭାବେ ବୁଝିବା ସହ ସେମାନଙ୍କୁ ଆଉଟ୍ କରିବା
ବେଶ ଭଲଭାବେ ଜାଣନ୍ତି । ଚଳିତ ବିଶ୍ୱକପରେପ୍ରଥମରୁ ସାମିଙ୍କୁ ଦଳରେ ସ୍ଥାନ ମିଳିନଥିଲା । ହାର୍ଦ୍ଦିକପାଣ୍ଡ୍ୟା ଆହତ ହେବା ପରେ ଦଳକୁ ପ୍ଲେଇଙ୍ଗ୧୧ରେ ସ୍ଥାନ ପାଇଛନ୍ତି ସାମି । ନ୍ୟୁଜିଲାଣ୍ଡ
ବିପକ୍ଷରେ ୫ ୱିକେଟ ଅକ୍ତିଆର କରିଥିବା ବେଳେଇଂଲଣ୍ଡ ବିପକ୍ଷରେ ୪ ୱିକେଟ ଅକ୍ତିଆର କରିଛନ୍ତି ।ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟନେଇଥିବା ବୋଲରଙ୍କ ମଧ୍ୟରେ ସାମି ତୃତୀୟସ୍ଥାନରେ ରହିଛନ୍ତି । ଚଳିତ ବିଶ୍ୱକପରେ ସେଶୀର୍ଷରେ ରହିବେ ବୋଲି କ୍ରିକେଟ ବିଶେଷଜ୍ଞମାନେମତ ଦେଇଛନ୍ତି । ଭାରତର ଆଉ ୩ଟି ଲିଗ୍ ମ୍ୟାଚ୍ବାକି ରହିଥିବା ବେଳେ ସେମିରେ ପହଞ୍ଚିଛି ଟିମ୍ଇଣ୍ଡିଆ । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ
ନେଦରଲାଣ୍ଡକୁ ଭେଟିବ ଭାରତ । ସେପଟେବୁମରାଙ୍କ ବୋଲିଂ କଥା ଯଦି କହିବା ତାହେଲେସେ ମଧ୍ୟ ଉଚ୍ଚ କୋଟିର ବୋଲିଂ କରୁଛନ୍ତି ।ସ୍ପିନରମାନେ ମଧ୍ୟ ଭଲ ବୋଲିଂ କରିବା ସହ ଦଳଏବେ ଦମଦାର ପ୍ରଦର୍ଶନ କରୁଛି । ଭାରତରେବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଘରୋଇ ଦଳ·ମ୍ପିୟନ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.