ମନୁଷ୍ୟକୃତ ତ୍ରୁଟିରୁ ରେଳ ଦୁର୍ଘଟଣା

0 94

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତିଘଟିଛି ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ
ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ । ଗୋଟିଏଟ୍ରାକ୍ରେ ଟ୍ରେନ୍କୁ ଆଉ ଗୋଟିଏ ଟ୍ରେନ୍ଧକ୍କା ଦେଇଥିବାରୁ ୧୩ ଜଣଙ୍କ ଜୀବନ
ଯାଇଥିବା ବେଳେ ଅନେକ ଆହତହୋଇଛନ୍ତି । ବିଶାଖାପାଟନା-ପଲାସାପାସେଞ୍ଜରକୁ ବିଶାଖାପାଟନା-ରାୟଗଡ଼ା
ପାସେଞ୍ଜର ଧକ୍କା ଦେବା ପରେ ରେଳସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ପ୍ରାଥମିକ ତଦନ୍ତରୁ
ଦୁର୍ଘଟଣା ମନୁଷ୍ୟକୃତ ବୋଲିଜଣାପଡ଼ିଛି । ସିଗ୍ନାଲ ଓଭର ସୁଟ୍କରିଥିଲା ବିଶାଖାପାଟଣା-ରାୟଗଡ଼ା
ପାସେଞ୍ଜର । ରେଳବାଇ ଭାଷାରେରେଡ୍ ଲାଇଟ୍ ଜମ୍ପ କରିଥିଲାପାସେଞ୍ଜର ଟ୍ରେନ୍ । ପୂର୍ବରୁ କୌଣସି
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରାକ୍ରେ ଠିଆହୋଇଥିଲା ବିଶାଖାପାଟନା-ପଲାସାପାସେଞ୍ଜର । ତାକୁ ପଛରୁ ଆସି ଧକ୍କା
ଦେଇଥିଲା ରାୟଗଡ଼ା ପାସେଞ୍ଜର ଟ୍ରେନ୍ ।ଡ୍ରୋନରୁ ଘଟଣାସ୍ଥଳର ନିଆଯାଇଥିବାଭିଜୁଆଲ ଦର୍ଶାଯାଉଛି କେତେ ଭୟଙ୍କର ଥିଲା
ଏହି ଦୁର୍ଘଟଣା । ଯେଉଁଥିରେ ୧୩ ଜଣଙ୍କଜୀବନ ଯିବା ସହିତ ଅନେକ ଆହତହୋଇଛନ୍ତି । ବାହାନଗା ରେଳ
ଦୁର୍ଘଟଣାରେ ପ୍ରାୟ ୩ଶହ ଲୋକଙ୍କଜୀବନଦୀପ ଲିଭିଯିବା କଥା ମନରୁନ ଯାଉଣୁ ଆନ୍ଧ୍ରରେ ଏହି ଦୁର୍ଘଟଣା
ପୁଣି ସମସ୍ତଙ୍କୁ ସ୍ତବ୍ଧ କରିଛି । ଗୋଟିଏଟ୍ରାକ୍କୁ କେମିତି ପାଖାପାଖି ଆସି ଧକ୍କାହେଲେ ଦୁଇଟି ଟ୍ରେନ୍ । କେଉଁ
କାରଣରୁ ସିଗ୍ନାଲ ଜମ୍ପ କଲା ରାୟଗଡ଼ାପାସେଞ୍ଜର । ବାହାନଗା ଦୁର୍ଘଟଣା ବେଳେ
ରେଳ ଦୁର୍ଘଟଣା ଏଡ଼ାଇବା ପାଇଁ କବଚ ସିଷ୍ଟମନେଇ ପ୍ରଶ୍ନ ଉଠିଥିଲା । ଏହା କେବଳ ଦିଲ୍ଲୀକୋଲକାତା
ଓ ଦିଲ୍ଲୀ-ମୁମ୍ବାଇ ରୁଟ୍ରେପ୍ରଣୟନ କରାଯାଇଥିବା କହିଥିଲାରେଳବାଇ । ତେବେ ରେଳବାଇ ସମସ୍ତ
ଡିଭିଜନରେ ଏହାକୁ କେବେ ଲଗାଇବ ତାକୁନେଇ ପ୍ରଶ୍ନ ଉଠିଛି । ୨୦୨୨ ମାର୍ଚ୍ଚ ୨୩
ତାରିଖରେ ସିକନ୍ଦରାବାଦଠାରେ କବଚସିଷ୍ଟମର ଟେଷ୍ଟିଂରେ ସାମିଲ ହୋଇଥିଲେରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ
ଦୁର୍ଘଟଣା ଏଡ଼ାଇବାରେ ଏହା ସଂପୂର୍ଣ୍ଣସକ୍ଷମ ବୋଲି କୁହାଯାଇଥିଲା ।

Leave A Reply

Your email address will not be published.