ବିକାଶ କ୍ଷେତ୍ରରେ ଯୋଡ଼ିହେବ କଳାହାଣ୍ଡି

0 48

ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି ।
ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା । ଲକ୍ଷ୍ମୀବସ୍ ଯୋଜନା, ମେଡ଼ିକାଲ କଲେଜ ଏବଂ
ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ।ବିକାଶ କ୍ଷେତ୍ରରେ ଯୋଡ଼ିହେବ ଆଉ ଏକ
ନୂଆ ଫର୍ଦ୍ଦ । ପରିବହନ କ୍ଷେତ୍ରରେ ଉନ୍ନତିସହ ତ୍ୱରାନ୍ୱିତ ହେବ ବିକାଶ । ଜିଲ୍ଲାବାସୀଙ୍କୁ
ପ୍ରାୟ ୧୨୦୦ କୋଟି ଟଙ୍କାର ଭେଟିଦେବେ ମୁଖ୍ୟମନ୍ତ୍ରୀ । ସେହିଭଳି
ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ୧୦୦ ସିଟ୍ବିଶିଷ୍ଟ ସହୀଦ ରେଣ୍ଡୋ ମାଝୀମେଡ଼ିକାଲ କଲେଜର ଉଦ୍ଘାଟନ
କରିବା ସହିତ ବିଭିନ୍ନ ପ୍ରକଳ୍ପରଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ
ପ୍ରସ୍ତୁତି ଜୋରଦାର କରାଯାଇଛି ।ଏହାସହ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀ ଦେଖିଥିବା ବହୁ ପ୍ରତିକ୍ଷୀତ ସ୍ୱପ୍ନ ପୂରଣ ହେବ ।
ଏନେଇ ପ୍ରସ୍ତୁତି ସରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁକଡାକଡି କରାଯାଇଛି ।

Leave A Reply

Your email address will not be published.