ପୁଅ ଜନ୍ମଦିନରେ ସ୍ୱାମୀଙ୍କ ସହ ନଜର ଆସିଲେ ସାନିଆ

0 62

ନୂଆଦିଲ୍ଲୀ,୩୧ା୧୦: ଗତ କିଛି ବର୍ଷ ହେବପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ଏବଂଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ
ମଧ୍ୟରେ ଡିଭୋର୍ସ ଖବର କ୍ରମାଗତଭାବେଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରିସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ
ମଧ୍ୟରେ ଛାଡପତ୍ର ହୋଇଥିବାର ଅନେକ ଥରଦାବି କରାଯାଇଥିଲା । ତେବେ ସୋସିଆଲ
ମିଡିଆରେ ଏକ ଫଟୋ ଦିନକୁ ଦିନଭାଇରାଲ ହେବାରେ ଲାଗିଛି । ଏହି ଫଟୋରେଶୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା ଏକାଠି
ନଜର ଆସିଛନ୍ତି । କୁହାଯାଉଛି ଏହି ଫଟୋଟିହେଉଛି ସେମାନଙ୍କ ପୁଅ ଇଜାନଙ୍କଜନ୍ମଦିନର । ଏହି ଅବସରରେ ଶୋଏବ
ମଲ୍ଲିକ ଏବଂ ସାନିଆ ମିର୍ଜାଙ୍କୁ ଏକାଠିଦେଖିବାକୁ ମିଳିଥିଲା । ଦୁବାଇରେ ଶୋଏବମଲ୍ଲିକ ଏବଂ ସାନିଆ ମିର୍ଜାଙ୍କ ପୁଅ ଇଜାନଙ୍କ
ପଞ୍ଚମ ଜନ୍ମଦିନ ପାଳନ କରାଯାଇଥିଲା । ଏହିଅବସରରେ ଉଭୟ ପରିବାରର ଅନେକ
ଲୋକ ଉପସ୍ଥିତ ଥିଲେ । ଏହି ସମୟରେ,ଶୋଏବ ମଲ୍ଲିକ ଇନଷ୍ଟାଗ୍ରାମରେ ଏହି ଫଟୋପୋଷ୍ଟ କରିଛନ୍ତି । ଶୋଏବ ଏବଂ ସାନିଆଙ୍କ
ବ୍ୟତୀତ ପୁଅ ଇଜାନ ମଧ୍ୟ ନଜର ଆସିଛନ୍ତି ।ଏହା ବ୍ୟତୀତ ସାନିଆଙ୍କ ପିତା ଇମ୍ରାନ ମର୍ଜାଏବଂ ଭଉଣୀ ଅନାମ ମର୍ଜା ମଧ୍ୟ ନଜର
ଆସିଥିଲେ । ଏଥିସହିତ ଶୋଏବ ମଲ୍ଲିକଇନଷ୍ଟାଗ୍ରାମ ପୋଷ୍ଟର କ୍ୟାପସନରେଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ବାବା ଲଭ
ୟୁ । ତେବେ ଏହି ଫଟୋ ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସକ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର
ମତାମତ ଦେଉଛନ୍ତି । ସୂଚନାଯୋଗ୍ୟ,ଶୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା୨୦୧୦ରେ ବିବାହ କରିଥିଲେ । ଉଭୟଦମ୍ପତି ପ୍ରାୟ ୧୩ ବର୍ଷ ଧରି ଏକାଠି ଅଛନ୍ତି ।

Leave A Reply

Your email address will not be published.