କଙ୍ଗନାଙ୍କ ସହ ଫିଲ୍ମ”ତେଜସ’ ଦେଖିଲେ ଯୋଗୀ ଆଦିତ୍ୟନାଥ

0 58

ଲକ୍ଷ୍ନୌ, ୩୧ା୧୦: ଅକ୍ଟୋବର ୩୧,ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥ ବଲିଉଡ ଅଭିନେତ୍ରୀ କଙ୍ଗନା
ରାନାୱତଙ୍କ ଫିଲ୍ମ “ତେଜସ’ ଦେଖିଥିଲେ । ଏହିସମୟରେ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟଉପସ୍ଥିତ ରହିଥିଲେ । କଙ୍ଗନାଙ୍କ ଫିଲ୍ମର ସ୍ୱତନ୍ତ୍ର
ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେରଖାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହତାଙ୍କର କିଛି ମନ୍ତ୍ରୀ ମଧ୍ୟ ଫିଲ୍ମ ଦେଖିବା ପାଇଁ
ପହଞ୍ଚଥିଲେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କକାର୍ଯ୍ୟାଳୟ ମଧ୍ୟ ସୂଚନା ଦିଆଯାଇଥିଲା ଯେମଙ୍ଗଳବାର କଙ୍ଗନାଙ୍କ ଫିଲ୍ମ ତେଜସ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖିବେ ।ତେଜସ ଫିଲ୍ମର କାହାଣୀ ହେଉଛି ଭାରତୀୟବାୟୁସେନାର ଅଦମ୍ୟ ସାହସର କାହାଣୀ ।
ଯେଉଁଥିରେ କଙ୍ଗନା ତେଜସ ଗିଲ ନାମକଜଣେ ବାୟୁସେନା ଅଧିକାରୀଙ୍କ ଭୂମିକାରେଅଭିନୟ କରିଛନ୍ତି, ଯିଏ ଏଜେଣ୍ଟକୁ ଉଦ୍ଧାର
କରିବା ପାଇଁ ପାକିସ୍ତାନ ଯାଇଛନ୍ତି । ମଙ୍ଗଳବାରସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ମଧ୍ୟକ୍ୟାବିନେଟ ବୈଠକ ଡାକିଛନ୍ତି । ଯେଉଁଥିରେ
ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ ସେଠାରେରହିବେ । ଏହି ବୈଠକରେ ଅନେକଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥଲା ।
ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତମନ୍ତ୍ରୀଙ୍କ ସହ ତେଜସ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂଦେଖିଛନ୍ତି । ଏହି ସୂଚନା ସିଏମଓ ଅଫିସ ମଧ୍ୟ
ଦେଇଛି । ଖବର ଅନୁଯାୟୀ, ତେଜସ ଫିଲ୍ମକୁୟୁପିରେ ଟ୍ୟାକ୍ସମୁକ୍ତ କରାଯାଇପାରିବ । ଏହାବାୟୁସେନାର ସାହସିକତା ଉପରେ
ଆଧାରିତ । ଏହାପୂର୍ବରୁ ୟୁପିରେ ଅନେକଫିଲ୍ମକୁ ଟ୍ୟାକ୍ସମୁକ୍ତ କରାଯାଇଛି । ଏଥିମଧ୍ୟରୁକାଶ୍ମୀର ଫାଇଲ୍ସ, କେରଳ ଷ୍ଟୋରୀ ଭଳି ଫିଲ୍ମମଧ୍ୟ ଟିକସମୁକ୍ତ କରାଯାଇଥିଲା ।

Leave A Reply

Your email address will not be published.