ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋଡ

The Sri Lankan Cricket Board broke up

0 51

ନୂଆଦିଲ୍ଲ, ୬ା୧୧: କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଏକ ଚକିତ କଲା ଭିଳ ଖବର ସାମ୍ନାକୁ ଆସିଛି । ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭାଙ୍ଗି ଦିଆଯାଇଛି । ଏନେଇ ଶ୍ରୀଲଙ୍କର କ୍ରୀଡାମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ବୋର୍ଡକୁ ଭଙ୍ଗିବା ପାଇଁ ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ । ଭାରତ ଠାରୁ ଶ୍ରୀଲଙ୍କା ହାରିବାର ଦିନକ ପରେ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ରୋଶନ ରଣସିଙ୍ଘା ଏଭଳି ପଦକ୍ଷେପ ନେଇଛନ୍ତି । କ୍ରିକେଟ୍‌ ବୋର୍ଡକୁ ବରଖାସ୍ତ କରିବା ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି । ପୂର୍ବତନ କ୍ୟାପଟେନ୍‌ ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡରେ ଦୁଇଜଣ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ମଧ୍ୟ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟ୍‌ ସଚିବ ତଥା ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଡି ସିଲଭା ଶନିବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ବୋର୍ଡକୁ ହଟାଇ ଦିଆଯାଇଛି । ନିକଟରେ ବିଶ୍ୱକପ କପ୍‌ ୨୦୨୩ର ଭାରତ-ଶ୍ରୀଲଙ୍କା ଲିଗ୍‌ ମ୍ୟାଚରେ ଶୀଲଙ୍କା ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍‌ ସ୍କୋର କରିଥିଲା, ଏହାର ଜବାବରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନମାନେ ଟାର୍ଗେଟରେ ପହଞ୍ଚିବା ତ ଦୂରର କଥା ୧୦୦ ରନ୍‌ ମଧ୍ୟ କରିପାରିନଥିଲେ । ଅତ୍ୟନ୍ତ ଲଜ୍ଜାଜନକ ବ୍ୟାଟିଂ କରି ଦଳ ମାତ୍ର ୫୫ ରନ୍‌ କରି ଆଉଟ୍‌ ହୋଇଥିଲା ।

Leave A Reply

Your email address will not be published.