ମଣିପୁରକୁ ହରାଇ ସ୍ୱର୍ଣ୍ଣ ଜିତିଲା ଓଡ଼ିଶା

Odisha won the gold after losing to Manipur

0 49

ପାଣାଜୀ, ୬ା୧୧: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ରବିବାର ଖେଳା ଯାଇଥିବା ଫାଇନାଲରେ ଓଡ଼ିଶା ଟାଇବ୍ରେକର ୧-୧ (୪-୨)ରେ ଶକ୍ତିଶାଳୀ ମଣିପୁରକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିଥିଲା । ଓଡ଼ିଶା ପକ୍ଷରୁ ପ୍ୟାରୀ ଖାଖା ୫୧ ମିନିଟରେ ଓ ମଣିପୁର ପକ୍ଷରୁ ୭୯ ମିନିଟରେ ଶିବାନୀ ଦେବୀ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିଥିବାରୁ ପେନାଲ୍ଟି ଟାଇବ୍ରେକରର ଆଶ୍ରୟ ନିଆଯାଇଥିଲା । ଏଥିରେ ଓଡ଼ିଶା ୪-୨ ଗୋଲରେ ବିଜୟୀ ହୋଇଥିଲା । ୨୦୧୧ ପରେ ଓଡ଼ିଶା ୧୨ ବର୍ଷ ପରେ ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛି । ଏହି ସଫଳତା ଲାଗି ଓଡ଼ିଶା ମହିଳା ଫୁଟବଲ ଦଳକୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସ୍ୱର୍ଣ୍ଣ ବିଜେତା ପ୍ରତ୍ୟେକ ଖେଳାଳି ଓ ସହଯୋଗୀ ସଦସ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେମିଫାଇନାଲରେ ପ୍ରବେଶ କରିବା ପରେ ଫାଓ ପକ୍ଷରୁ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମାର୍ଗଦର୍ଶକ ନିଯୁକ୍ତ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସେମିଫାଇନାଲ ମ୍ୟାଚ ପୂର୍ବରୁ ଓଡ଼ିଶା ଦଳ ସହ ଯୋଗଦେବା ସହିତ ଖେଳାଳିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ପ୍ରଶିକ୍ଷଣ ଓଡ଼ିଶା ଦଳ ପାଇଁ ଉପଯୋଗୀ ହୋଇଛି ।

Leave A Reply

Your email address will not be published.