ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

Renovation of Shrimandap Nathmandap from today

0 83

ପୁରୀ,୧୬ା୧୧ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ । ଏଥିନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି । ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ ହେବ । ମରାମତି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରି•ଳନା କମିଟି ସେବାୟତ ସଦସ୍ୟ ତଦାରଖ କରିବେ । ନାଟମଣ୍ଡପର ଗୋଟିଏ ବିମ୍‌ରେ ଫାଟ ଥିବା କହିଛି ଏଏସଆଇ । ଯାଞ୍ଚ ପରେ ଆଉ କ’ଣ ସମସ୍ୟା ଏବଂ କେଉଁଠି ଫାଟ ରହିଛି ତାହା ସ୍ପଷ୍ଟ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ନାଟମଣ୍ଡପ ସହିତ ରତ୍ନପଲଙ୍କ, ପ୍ରଭା ନିର୍ମାଣ ଓ ଦିବ୍ୟାଙ୍ଗମାନଙ୍କ ଦର୍ଶନ ସୁବିଧା ସଂପର୍କରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ନୂଆବର୍ଷରେ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ । ଏଥିପାଇଁ ନୀତି ସବ୍‌ କମିଟି ବୈଠକରେ ରତ୍ନ ପଲଙ୍କ ନିର୍ମାଣ ସଂପର୍କରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଲାଗିଥିବା ହାତୀଦାନ୍ତ ମରାମତି କରାଯାଇ ଏହି ନୂଆ ରତ୍ନ ପଲଙ୍କରେ ଲଗାଯିବ ।

Leave A Reply

Your email address will not be published.